ସମ୍ଭାବ୍ୟ ଲଘୁଚାପ ପାଇଁ ସତର୍କ ସୂଚନା ଜାରି କଲା ପ୍ରଶାସନ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ ଜନିତ ବର୍ଷା ନେଇ ସତର୍କ ରହିଛି ପ୍ରଶାସନ । ମଙ୍ଗଳବାରଠାରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ ।ଏହା ବୁଧୁବାର ଠାରୁ ଅବପାତରେ ପରିଣତ ହେବ । ଏହାକୁ ଦୃଷ୍ଟିରେ ରଖି ୨୦ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। କାରଣ ଏହି ବର୍ଷା ଆସନ୍ତା ସପ୍ତାହେ ଧରି ଲାଗି ରହିବା ସହିତ ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି। ତେବେ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ନାହିଁ […]

ସମ୍ଭାବ୍ୟ ଲଘୁଚାପ ପାଇଁ ସତର୍କ ସୂଚନା ଜାରି କଲା ପ୍ରଶାସନ
Samaya Live Picture
Published On

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ ଜନିତ ବର୍ଷା ନେଇ ସତର୍କ ରହିଛି ପ୍ରଶାସନ । ମଙ୍ଗଳବାରଠାରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ ।ଏହା ବୁଧୁବାର ଠାରୁ ଅବପାତରେ ପରିଣତ ହେବ । ଏହାକୁ ଦୃଷ୍ଟିରେ ରଖି ୨୦ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। କାରଣ ଏହି ବର୍ଷା ଆସନ୍ତା ସପ୍ତାହେ ଧରି ଲାଗି ରହିବା ସହିତ ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି। ତେବେ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ନାହିଁ ବୋଲି ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ ।

ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ସମସ୍ତ ଜିଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି । ବାତ୍ୟା ନେଇ ଆମେରିକା ଏକ ସଂସ୍ଥା ଆକଳନ କରିବା ପରେ ସବୁ ଦିଗ ଉପରେ ନଜର ରଖାଯାଇଛି । ଏଯାବତ ଭାରତୀୟ ପାଣିପାଗ ସଂସ୍ଥା ବାତ୍ୟା ନେଇ କିଛି ଆକଳନ କରିନାହିଁ । ରିପୋର୍ଟ ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ରେଡ ଆଲର୍ଟ ଓ ଉପକୂଳରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

Tags: