ମୋବାଇଲ ଫୋନ ବଦଳରେ ଶ୍ରୀମନ୍ଦିରରେ ହେବ ୱାକିଟକି ବ୍ୟବସ୍ଥା
ପୁରୀ : ଶ୍ରୀମନ୍ଦିର ପାଇଁ କଡାକଡି ହେବ ସୁରକ୍ଷା ବ୍ୟବସ୍ଥା । ମନ୍ଦିର ଭିତରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ୍ ଫୋନ୍ । ପୋଲିସ କିମ୍ବା ସେବାୟତ କେହି ବି ନେଇ ପାରିବେନି ମୋବାଇଲ୍ । ଆଗକୁ ୱାକିଟକି ବ୍ୟବସ୍ଥା ହେବ ବୋଲି କହିଲେ ସୁରକ୍ଷା ସବ୍ କମିଟି ମୁଖ୍ୟ ଗିରୀଶ ଚନ୍ଦ୍ର ମୁର୍ମୁ । ଶ୍ରୀମନ୍ଦିର ସୁରକ୍ଷା ନେଇ ଆଜି ପୁରୀ ନୀଳାଦ୍ରି ଭକ୍ତ ନିବାସରେ ବସିଥିବା ସୁରକ୍ଷା ସବ କମିଟି ବୈଠକରେ ଏନେଇ ନିଷ୍ପତ୍ତି […]
ପୁରୀ : ଶ୍ରୀମନ୍ଦିର ପାଇଁ କଡାକଡି ହେବ ସୁରକ୍ଷା ବ୍ୟବସ୍ଥା । ମନ୍ଦିର ଭିତରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ୍ ଫୋନ୍ । ପୋଲିସ କିମ୍ବା ସେବାୟତ କେହି ବି ନେଇ ପାରିବେନି ମୋବାଇଲ୍ । ଆଗକୁ ୱାକିଟକି ବ୍ୟବସ୍ଥା ହେବ ବୋଲି କହିଲେ ସୁରକ୍ଷା ସବ୍ କମିଟି ମୁଖ୍ୟ ଗିରୀଶ ଚନ୍ଦ୍ର ମୁର୍ମୁ । ଶ୍ରୀମନ୍ଦିର ସୁରକ୍ଷା ନେଇ ଆଜି ପୁରୀ ନୀଳାଦ୍ରି ଭକ୍ତ ନିବାସରେ ବସିଥିବା ସୁରକ୍ଷା ସବ କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ସୁରକ୍ଷା ପାଇଁ ଅଧିକ ସଂଖ୍ୟକ ସୁରକ୍ଷା କର୍ମୀ ମୁତୟନ ରହିବେ । ବିଶେଷକରି ନୋ ଫ୍ଲାଇଙ୍ଗ ଜୋନ ଉପରେ ବିଶେଷ ଆଲୋଚନା ହୋଇଛି । ସର୍ଭିଲାନ୍ସ ସିକ୍ୟୁରିଟି, ଶ୍ରୀମନ୍ଦିର ଭିତରେ ଫୋନ ବ୍ୟବହାର ଉପରେ ମଧ୍ୟ ଆଲୋଚନା କରାଯାଇଛି ।
ସବ୍ କମିଟି ବୈଠକ ସରିବା ପରେ କମିଟିର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ମୁର୍ମୁ ସିସିଟିଭି କଣ୍ଟ୍ରୋଲ ରୁମ୍କୁ ଯାଇ ଅନୁଧ୍ୟାନ କରିଛନ୍ତି । ପରେ ଶ୍ରୀଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର ଯାଇ ସମସ୍ତ କାର୍ଯ୍ୟର ମଧ୍ୟ ଅନୁଧ୍ୟାନ କରିଛନ୍ତି । ଏହି ସମୟରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍ପି ପ୍ରତୀକ ସିଂଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଶ୍ରୀମନ୍ଦିରର ସୁରକ୍ଷାକୁ ଆହୁରି କିଭଳି ସୁଦୃଢ କରାଯାଇପାରିବ ସେନେଇ ଆବଶ୍ୟକ ଭିତ୍ତିଭୂମି, ଅତ୍ୟାଧୁନିକ ସରଞ୍ଜାମ, ମ୍ୟାନ ପାୱାର, ସିକ୍ୟୁରିଟି ଡ୍ରିଲ୍ ପ୍ରୋଟୋକଲକୁ ମଜଭୁତ କରି ବ୍ୟାପକ ସୁରକ୍ଷା ଯୋଜନା ପ୍ରସ୍ତୁତ ହୋଇଛି । ତେବେ ଏଥିପାଇଁ କେତେ ଇନଭେଷ୍ଟମେଣ୍ଟ ହେବ, ସୁରକ୍ଷା ଦୃଷ୍ଟିରୁ କଣ ପଦକ୍ଷେପ ନିଆଯିବ ଏବଂ ରେଡ୍ ଜୋନ୍ ଘୋଷଣା ପରେ ଗ୍ରାଉଣ୍ଡରେ କିପରି କାର୍ଯ୍ୟକାରୀ କରାଯାଇପାରିବ ସେନେଇ ବୈଠକରେ ଆଲୋଚନା ହୋଇଛି ।




