ଉନ୍ନତ ଚିକିତ୍ସା ପାଇଁ ହାଇଦ୍ରାବାଦ ଯିବେ ପିଣ୍ଟୁ ନନ୍ଦ ,ଡୋନର କୁ ଅପେକ୍ଷା

ଭୁବନେଶ୍ୱର : ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର ହେବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ। ଲିଭର ସିରୋସିସ ରୋଗରେ ପୀଡ଼ିତ ଥିବା ପିଣ୍ଟୁ ନନ୍ଦ ଗତ ୭ ତାରିଖରେ ନୂଆ ଦିଲ୍ଲୀସ୍ଥିତ ILBS ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅଧିକ ଚିକିତ୍ସା ଲାଗି ହାଇଦ୍ରାବାଦ ଯିବେ ଅଭିନେତା। ଯକୃତ ପ୍ରତିରୋପଣ ଲାଗି ଦିଲ୍ଲୀରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ। ଏନେଇ ଆଜି ପିଣ୍ଟୁ ନନ୍ଦଙ୍କ ବନ୍ଧୁ ସରୋଜ ମଲ୍ଲିକଙ୍କ ପକ୍ଷରୁ ସୂଚନା ମିଳିଛି। ସୂଚନାନୁସାରେ,ଲିଭର୍ ସିରୋସିସରେ ପୀଡ଼ିତ […]

Samaya Live Picture
Published On

ଭୁବନେଶ୍ୱର : ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର ହେବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ। ଲିଭର ସିରୋସିସ ରୋଗରେ ପୀଡ଼ିତ ଥିବା ପିଣ୍ଟୁ ନନ୍ଦ ଗତ ୭ ତାରିଖରେ ନୂଆ ଦିଲ୍ଲୀସ୍ଥିତ ILBS ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅଧିକ ଚିକିତ୍ସା ଲାଗି ହାଇଦ୍ରାବାଦ ଯିବେ ଅଭିନେତା। ଯକୃତ ପ୍ରତିରୋପଣ ଲାଗି ଦିଲ୍ଲୀରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ। ଏନେଇ ଆଜି ପିଣ୍ଟୁ ନନ୍ଦଙ୍କ ବନ୍ଧୁ ସରୋଜ ମଲ୍ଲିକଙ୍କ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁସାରେ,ଲିଭର୍ ସିରୋସିସରେ ପୀଡ଼ିତ ହେବା ପରେ ପିଣ୍ଟୁ ନନ୍ଦ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ ପଡ଼ିଲା। ଏଥିନିମନ୍ତେ ଓଡ଼ିଶାରେ ବ୍ୟବସ୍ଥା ନ ଥିବା ବେଳେ ପିଣ୍ଟୁ ନନ୍ଦଙ୍କୁ ପଡ଼ିବାରୁ ଗତ ୭ ତାରିଖରେ ଦିଲ୍ଲୀରେ ଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ୍‌ ବିଲିଆରି ସାଇନସେସ(ILBS) ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

Tags: