ସୁରୁଖୁରୁରେ ଚାଲିଛି ମତଦାନ,ସକାଳ ୧୧ ଟା ସୁଦ୍ଧା ୨୨.୯୭% ଭୋଟିଂ

ଭୁବନେଶ୍ୱର : ଭୋଟ୍ ଦେଉଛି ଓଡିଶା । ଶେଷ ପର୍ଯ୍ୟାୟରେ ଆଜି ରାଜ୍ୟର ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ସକାଳ ୧୧ ଟା ସୁଦ୍ଧା ରାଜ୍ୟରେ ୨୨.୯୭% ଭୋଟିଂ ହୋଇଛି I ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୨୭.୮୪ ପ୍ରତିଶତ ଭୋଟ୍ ପଡିଥିବାବେଳେ, ଯାଜପୁରରେ ସର୍ବନିମ୍ନ ୧୯.୨୪ ପ୍ରତିଶତ ଭୋଟ୍ ପଡିଛି । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ୨୨.୪୬ ପ୍ରତିଶତ, କେନ୍ଦ୍ରାପଡାରେ ୨୨.୩୯, ଜଗତସିଂପୁରରେ ୨୧.୭୬,ଭଦ୍ରକରେ ୧୯.୪୬ ପ୍ରତିଶତ ମତଦାନ […]

Samaya Live Picture
Published On

ଭୁବନେଶ୍ୱର : ଭୋଟ୍ ଦେଉଛି ଓଡିଶା । ଶେଷ ପର୍ଯ୍ୟାୟରେ ଆଜି ରାଜ୍ୟର ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ସକାଳ ୧୧ ଟା ସୁଦ୍ଧା ରାଜ୍ୟରେ ୨୨.୯୭% ଭୋଟିଂ ହୋଇଛି I ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୨୭.୮୪ ପ୍ରତିଶତ ଭୋଟ୍ ପଡିଥିବାବେଳେ, ଯାଜପୁରରେ ସର୍ବନିମ୍ନ ୧୯.୨୪ ପ୍ରତିଶତ ଭୋଟ୍ ପଡିଛି । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ୨୨.୪୬ ପ୍ରତିଶତ, କେନ୍ଦ୍ରାପଡାରେ ୨୨.୩୯, ଜଗତସିଂପୁରରେ ୨୧.୭୬,ଭଦ୍ରକରେ ୧୯.୪୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି I

ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗଣମାଧ୍ୟମକୁ କହିଛନ୍ତି, ବଶିଷ୍ଠ ନାଗରିକମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ରହିଛି । ଯୁବ ଭୋଟରମାନେ ମଧ୍ୟ ଏହାକୁ ନେଇ ନିଜ ସଠିକ ମତ ପୋଷଣ କରନ୍ତୁ। ୨୦୧୯ ନିର୍ବାଚନରେ ଆଜିର ୬ଟି ଲୋକସଭା କ୍ଷେତ୍ରରେ ୭୪.୩୮ ପ୍ରତିଶତ ମତଦାନ ଥିଲା। ଚଳିତ ଥର ମଧ୍ୟ ଭଲ ହେବ ବୋଲି ଆଶା କରାଯାଉଛି । ଗଣମାଧ୍ୟମ ସଂସ୍ଥା ମାନଂକୁ ଅନୁରୋଧ ସତ୍ୟ ଖବର ପ୍ରସାରଣ କରନ୍ତୁ । ସମୟ ସମୟରେ ଭୁଲ ଖବର ଭୋଟରମାନଙ୍କୁ ନିରୁତ୍ସାହିତ କରିଥାଏ । ୬୨୭୯ ମତଦାନ କେନ୍ଦ୍ରରୁ ୱେବ କଷ୍ଟି ଚାଲିଛି । ୧୦୮୮୨ ଟି ମତଦାନ କେନ୍ଦ୍ରରେ ଭୋଟିଂ ଚାଲିଛି। ବର୍ତ୍ତମାନ ସୁଦ୍ଧା ୭୯ ବାଲାଟ ୟୁନିଟ ୧୦୬ କଣ୍ଟ୍ରୋଲ ୟୁନିଟ ଓ ୨୩୩ ଟି ଭିଭିପାଟ ପରିବର୍ତନ ହେଇଛି।

Tags: