କଣ୍ଠଶିଳ୍ପୀ ଶାନ୍ତିଲତା ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର : ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଅସୁସ୍ଥ I ଗୁରୁତର ଅସୁସ୍ଥ ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶାନ୍ତିଲତାଙ୍କ ପରିବାର ପକ୍ଷରୁ ଏହି ସୂଚନା ମିଳିଛି । ଶାନ୍ତିଲତା ବାରିକ ଭକ୍ତି ସଂଗୀତ ଜଗନ୍ନାଥ ଜଣାଣ ଭଜନ ଗାୟିକା ଭବରେ ଓଡ଼ିଶାର ପୁର ପଲ୍ଲୀରେ ଏକ ଚିର ପରିଚିତ ନାଁ I ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, […]
ଭୁବନେଶ୍ୱର : ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଅସୁସ୍ଥ I ଗୁରୁତର ଅସୁସ୍ଥ ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶାନ୍ତିଲତାଙ୍କ ପରିବାର ପକ୍ଷରୁ ଏହି ସୂଚନା ମିଳିଛି ।
ଶାନ୍ତିଲତା ବାରିକ ଭକ୍ତି ସଂଗୀତ ଜଗନ୍ନାଥ ଜଣାଣ ଭଜନ ଗାୟିକା ଭବରେ ଓଡ଼ିଶାର ପୁର ପଲ୍ଲୀରେ ଏକ ଚିର ପରିଚିତ ନାଁ I ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ। ଶାନ୍ତିଲତାଙ୍କର ଅସୁସ୍ଥ ଖବର ଶୁଣି ତାଙ୍କ ପରିବାରବର୍ଗ ସହିତ ତାଙ୍କ ପ୍ରଶଂସକ ମାନେ ଆସୁ ଆରୋଗ୍ୟ କାମନା କରିଛନ୍ତି I




