ଭିଏଲଏସଆରଏସଏଏମର ସଫଳ ପରୀକ୍ଷଣ

ବାଲେଶ୍ୱର: ଜୁନ ୨୪: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଉପକୂଳରୁ ନୌସେନାର ଏକ ଯୁଦ୍ଧ ଜାହାଜରୁ ଭିଏଲଏସଆରଏସଏଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଏ ଏବଂ ଭାରତୀୟ ନୌସେନା ପକ୍ଷରୁ ମିଳିତ ଭାବରେ ଏହି ପରୀକ୍ଷଣ କରାଯାଇଥିଲା । ଭିଏଲଏସଆରଏସଏଏମ ହେଲା ଭର୍ଟିକାଲ ଲଞ୍ଚ୍‌ ସର୍ଟ ରେଞ୍ଜ ସର୍ଫେସ୍‌ ଟୁ ଏୟାର ମିଶାଇଲ । ଏହା ଶତ୍ରୂପକ୍ଷର ଆକାଶ ମାର୍ଗରୁ କରାଯାଉଥିବା ଆକ୍ରମଣକୁ ପ୍ରତିହତ କରିଥାଏ । ଶୁକ୍ରବାର ଆକାଶ ମାର୍ଗରୁ […]

Samaya Live Picture
Published On

ବାଲେଶ୍ୱର: ଜୁନ ୨୪: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଉପକୂଳରୁ ନୌସେନାର ଏକ ଯୁଦ୍ଧ ଜାହାଜରୁ ଭିଏଲଏସଆରଏସଏଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଏ ଏବଂ ଭାରତୀୟ ନୌସେନା ପକ୍ଷରୁ ମିଳିତ ଭାବରେ ଏହି ପରୀକ୍ଷଣ କରାଯାଇଥିଲା । ଭିଏଲଏସଆରଏସଏଏମ ହେଲା ଭର୍ଟିକାଲ ଲଞ୍ଚ୍‌ ସର୍ଟ ରେଞ୍ଜ ସର୍ଫେସ୍‌ ଟୁ ଏୟାର ମିଶାଇଲ । ଏହା ଶତ୍ରୂପକ୍ଷର ଆକାଶ ମାର୍ଗରୁ କରାଯାଉଥିବା ଆକ୍ରମଣକୁ ପ୍ରତିହତ କରିଥାଏ । ଶୁକ୍ରବାର ଆକାଶ ମାର୍ଗରୁ ଆସୁଥିବା ଏକ ଦ୍ରୁତଗାମୀ ଲକ୍ଷ୍ୟକୁ ସଫଳତାର ସହ ଭେଦ କରିଥିଲା । ଏହି କ୍ଷେପଣାସ୍ତ୍ରର ଗତିବିଧିକୁ ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ କେନ୍ଦ୍ର ଆଇଟିଆରରୁ ନିରୀକ୍ଷଣ କରାଯାଇଥିଲା । ଏନେଇ ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି ।