ବିଧିବଦ୍ଧ ଭାବରେ ବିଜେଡିରେ ମିଶିଲେ ଭି.କେ ପାଣ୍ଡିଆନ୍

ଭୁବନେଶ୍ୱର : ବିଜେଡିରେ ମିଶିଲେ ଭିକେ ପାଣ୍ଡିଆନ୍ । ନବୀନ ନିବାସରେ ବିଜେଡି ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ଆଜି ୧୦.୧୫ ରେ ସେ ମୁଖ୍ୟମନ୍ତ୍ରୀ ଓ ଏକାଧିକ ମନ୍ତ୍ରୀ,ନେତାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି । ପରେ ମାଆ ତାରିଣୀଙ୍କ ଆଶିର୍ବାଦ ନେବାକୁ ସେ ଗଞ୍ଜାମ ତାରାତାରିଣୀ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ […]

Samaya Live Picture
Published On

ଭୁବନେଶ୍ୱର : ବିଜେଡିରେ ମିଶିଲେ ଭିକେ ପାଣ୍ଡିଆନ୍ । ନବୀନ ନିବାସରେ ବିଜେଡି ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ଆଜି ୧୦.୧୫ ରେ ସେ ମୁଖ୍ୟମନ୍ତ୍ରୀ ଓ ଏକାଧିକ ମନ୍ତ୍ରୀ,ନେତାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି । ପରେ ମାଆ ତାରିଣୀଙ୍କ ଆଶିର୍ବାଦ ନେବାକୁ ସେ ଗଞ୍ଜାମ ତାରାତାରିଣୀ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

ପାଣ୍ଡିଆନ୍‌ ବିଜେଡିରେ ମିଶିବା ପୂର୍ବରୁ ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ବହୁ ନେତା ମନ୍ତ୍ରୀ ସାମିଲ ହୋଇଥିଲେ। ଏହି ହାଇଲେଭଲ ମିଟିଂରେ ଅନେକ ଆଲୋଚନା ହୋଇଥିଲା। ପରେ ସେ ଦଳରେ ମିଶିଥିଲେ। ଏହି ଅବସରରେ ପୁରୀ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ପିନାକୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ବିଜେଡି ନେତାଙ୍କୁ କହିଥିଲେ ଯେ ଶ୍ରୀ ପାଣ୍ଡିଆନ୍‌ଙ୍କର ପ୍ରଶାସନିକ କ୍ଷେତ୍ରରେ ଯେଉଁ ଅଭିଜ୍ଞତା ରହିଛି ତାହା ସେ ଦଳ ପାଇଁ ଏବଂ ରାଜ୍ୟର ବିକାଶ ଲାଗି ଉପଯୋଗ କରିବେ। ଶ୍ରୀ ପାଣ୍ଡିଆନ୍‌ ବିଜେଡି ଲାଗି ଏକ ଆସେଟ୍ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ସେ ପ୍ରକାଶ କରିଛନ୍ତି।

Tags: