ଭିସୁଟ ଅଧ୍ୟାପକ ବହିସ୍କୃତ

ବୁର୍ଲା: ବିଶୃଙ୍ଖଳିତ ଆଚରଣ ପଡ଼ିଲା ମହଙ୍ଗା I ଚାକିରିରୁ ବହିଷ୍କୃତ ହେଲେ ବୁର୍ଲା ଭିସୁଟର ସହକାରୀ ଅଧ୍ୟାପକ । ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ସହକାରୀ ଅଧ୍ୟାପକ ଡ଼.ଶିବ ପ୍ରସାଦ ପାଣିଗ୍ରାହୀଙ୍କୁ ବାଧ୍ୟତା ମୂଳକ ଅବସର ଦିଆଯାଇଛି I କୂଳପତି ପ୍ରଫେସର ବଂଶୀଧର ମାଝୀଙ୍କ ନିର୍ଦ୍ଦେଶ କ୍ରମେ ରେଜିଷ୍ଟାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ସହକାରୀ ଅଧ୍ୟାପକ ଶିବ ପ୍ରସାଦ ପାଣିଗ୍ରାହୀ ସୋଶାଲ ମିଡିଆରେ ଭିସୁଟ କର୍ତ୍ତୃପକ୍ଷଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟଦେଇଥିଲେ । ଏନେଇ ତାଙ୍କ ବିରୋଧରେ […]

Samaya Live Picture
Published On

ବୁର୍ଲା: ବିଶୃଙ୍ଖଳିତ ଆଚରଣ ପଡ଼ିଲା ମହଙ୍ଗା I ଚାକିରିରୁ ବହିଷ୍କୃତ ହେଲେ ବୁର୍ଲା ଭିସୁଟର ସହକାରୀ ଅଧ୍ୟାପକ । ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ସହକାରୀ ଅଧ୍ୟାପକ ଡ଼.ଶିବ ପ୍ରସାଦ ପାଣିଗ୍ରାହୀଙ୍କୁ ବାଧ୍ୟତା ମୂଳକ ଅବସର ଦିଆଯାଇଛି I କୂଳପତି ପ୍ରଫେସର ବଂଶୀଧର ମାଝୀଙ୍କ ନିର୍ଦ୍ଦେଶ କ୍ରମେ ରେଜିଷ୍ଟାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ସହକାରୀ ଅଧ୍ୟାପକ ଶିବ ପ୍ରସାଦ ପାଣିଗ୍ରାହୀ ସୋଶାଲ ମିଡିଆରେ ଭିସୁଟ କର୍ତ୍ତୃପକ୍ଷଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟଦେଇଥିଲେ । ଏନେଇ ତାଙ୍କ ବିରୋଧରେ ଅଭିଯୋଗ ବି ହୋଇଥିଲା। ବିଶ୍ୱବିଦ୍ୟାଳୟର ବୋର୍ଡ ମ୍ୟାନେଜମେଣ୍ଟ ବୈଠକ ପରେ ତାଙ୍କ ବିରୋଧରେ ଏହି ପଦକ୍ଷପ ଗ୍ରହଣ କରାଯାଇଛି Iଏପରି ବ୍ୟବହାର ନିମନ୍ତେ ସେ ପୂର୍ବରୁ ଯେଉଁ ଶିକ୍ଷାନୁଷ୍ଠାନରେ ଚାକିରି କରୁଥିଲେ ସେଠାରୁ ମଧ୍ୟ ସେ ବହିଷ୍କୃତ ହୋଇଥିଲେ।

Tags: