ଆପତ୍ତି ଜନକ ପୋଷାକ ଉପରେ କଟକଣା ଲଗାଇଲା ଭିସୁଟ
ବୁର୍ଲା : ବସନ୍ତ ଉତ୍ସବ ପାଇଁ ଭିସୁଟ କୁଳପତିଙ୍କ କଟକଣା I ଛାତ୍ରଛାତ୍ରୀମାନେ କୌଣସି ଆପତ୍ତିଜନକ ପୋଷାକ ପିନ୍ଧିପରିବେ ନାହିଁ I ଆଧୁନିକ ପୋଷାକ ବଦଳରେ ପାରମ୍ପରିକ ପିନ୍ଧି ଆସିବାକୁ ନିର୍ଦେଶ ଦେଇଛନ୍ତି ଭିସୁଟ ନିର୍ଦେଶକ ବଂଶୀଧର ମାଝୀ I ଛାତ୍ରଛାତ୍ରୀ ମାନେ କୌଣସି ପ୍ରକାର ଆପତ୍ତି ଜନକ ପୋଷାକ,ପାଶ୍ଚାତ୍ୟ ପୋଷାକ,ସର୍ଟ ଡ୍ରେସ ପିନ୍ଧି ପାରିବେ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ପ୍ରକାଶ ପାଇଛି I ଚଳିତ ବର୍ଷ ବସନ୍ତ ଉତ୍ସବ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦୃଷ୍ଟିରେ […]
ବୁର୍ଲା : ବସନ୍ତ ଉତ୍ସବ ପାଇଁ ଭିସୁଟ କୁଳପତିଙ୍କ କଟକଣା I ଛାତ୍ରଛାତ୍ରୀମାନେ କୌଣସି ଆପତ୍ତିଜନକ ପୋଷାକ ପିନ୍ଧିପରିବେ ନାହିଁ I ଆଧୁନିକ ପୋଷାକ ବଦଳରେ ପାରମ୍ପରିକ ପିନ୍ଧି ଆସିବାକୁ ନିର୍ଦେଶ ଦେଇଛନ୍ତି ଭିସୁଟ ନିର୍ଦେଶକ ବଂଶୀଧର ମାଝୀ I ଛାତ୍ରଛାତ୍ରୀ ମାନେ କୌଣସି ପ୍ରକାର ଆପତ୍ତି ଜନକ ପୋଷାକ,ପାଶ୍ଚାତ୍ୟ ପୋଷାକ,ସର୍ଟ ଡ୍ରେସ ପିନ୍ଧି ପାରିବେ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ପ୍ରକାଶ ପାଇଛି I
ଚଳିତ ବର୍ଷ ବସନ୍ତ ଉତ୍ସବ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ଏହି ନିଷ୍ପତ୍ତି ନିଆଯାଇଥିବା କୁଳପତି କହିଛନ୍ତି। ଛାତ୍ରୀଛାତ୍ରଙ୍କୁ ଏହା ବଦଳରେ ପାରମ୍ପରିକ ପୋଷାକ ପିନ୍ଧିବାକୁ କୁହାଯାଇଛି। ଯଦି କେହି ଏହି ନିୟମକୁ ଖିଲାପ କରନ୍ତି ତେବେ ତାଙ୍କୁ କ୍ୟାମ୍ପସ୍ ଭିତରକୁ ଛଡା ଯିବ ନାହିଁ। ଏଥିସହ ନିୟମ ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଛି । ବସନ୍ତ ଉତ୍ସବ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବାବେଳେ ଏଥିରେ ରାଜ୍ୟର ସଂସ୍କୃତିକୁ ବଜାୟ ରଖିବାକୁ ପାଇଁ ଏଭଳି ନିଷ୍ପତ୍ତିି ନିଆଯାଇଥିବା କୁହାଯାଇଛି ।




