ଆମ୍ବେଦକରଙ୍କ ସ୍ୱପ୍ନକୁ ଆଧାର କରି ରାଷ୍ଟ୍ରର ଭବିଷ୍ୟତ ନିର୍ମାଣ କରୁଛି ବିଜେପି:ଅନୁରାଗ ସିଂହ ଠାକୁର

ଭୁବନେଶ୍ୱର:ଡ.ବାବାସାହେବ ଆମ୍ବଦେକରଙ୍କୁ କଂଗ୍ରେସ ଦଳ ବାରମ୍ବାର ଅପମାନିତ କରିଛି । ଏପରିକି ମୃତ୍ୟୁ ପରେ ଦିଲ୍ଲୀରେ ଶବଦାହ କରିବାକୁ ମନା କରି ଦେଇ ଆମ୍ବେଦକରଙ୍କ ପାର୍ଥୀବ ଶରୀରକୁ ମଧ୍ୟ ଅସମ୍ମାନ କରିବାକୁ ପଛାଇ ନଥିଲା କଂଗ୍ରେସ । ଡ. ଆମ୍ବେଦକରଙ୍କୁ ବିଧାନସଭା ନିର୍ବାଚନରେ ପରାସ୍ତ କରିବା ପାଇଁ କଂଗ୍ରେସର ବମ୍ବେ ପ୍ରିମିୟର ବି.ଜି. ଖରେ ଜାଣିଶୁଣି ଷଡ଼ଯନ୍ତ୍ର କରିଥିଲେ । ୧୯୫୨ ଲୋକସଭା ନିର୍ବାଚନରେ, କଂଗ୍ରେସ ଏବଂ କମ୍ୟୁନିଷ୍ଟ ନେତାମାନେ ନେହେରୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡ.ଆମ୍ବେଦକରଙ୍କୁ ହରାଇବା […]

Samaya Live Picture
Published On

ଭୁବନେଶ୍ୱର:ଡ.ବାବାସାହେବ ଆମ୍ବଦେକରଙ୍କୁ କଂଗ୍ରେସ ଦଳ ବାରମ୍ବାର ଅପମାନିତ କରିଛି । ଏପରିକି ମୃତ୍ୟୁ ପରେ ଦିଲ୍ଲୀରେ ଶବଦାହ କରିବାକୁ ମନା କରି ଦେଇ ଆମ୍ବେଦକରଙ୍କ ପାର୍ଥୀବ ଶରୀରକୁ ମଧ୍ୟ ଅସମ୍ମାନ କରିବାକୁ ପଛାଇ ନଥିଲା କଂଗ୍ରେସ । ଡ. ଆମ୍ବେଦକରଙ୍କୁ ବିଧାନସଭା ନିର୍ବାଚନରେ ପରାସ୍ତ କରିବା ପାଇଁ କଂଗ୍ରେସର ବମ୍ବେ ପ୍ରିମିୟର ବି.ଜି. ଖରେ ଜାଣିଶୁଣି ଷଡ଼ଯନ୍ତ୍ର କରିଥିଲେ । ୧୯୫୨ ଲୋକସଭା ନିର୍ବାଚନରେ, କଂଗ୍ରେସ ଏବଂ କମ୍ୟୁନିଷ୍ଟ ନେତାମାନେ ନେହେରୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡ.ଆମ୍ବେଦକରଙ୍କୁ ହରାଇବା ପାଇଁ ଆମ୍ବେଦକରଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀ ନାରାୟଣରାଓ କାଜରୋଲକରଙ୍କୁ ପ୍ରାର୍ଥୀ କରିଥିଲେ । ନେହେରୁ ବ୍ୟକ୍ତିଗତ ଭାବେ ଡ. ଆମ୍ବେଦକରଙ୍କ ବିରୋଧରେ ପ୍ରଚାର କରିଥିଲେ । ୧୯୭୦ ମସିହାରେ କଂଗ୍ରେସ କାଜରୋଲକରଙ୍କୁ ପଦ୍ମଭୂଷଣ ପ୍ରଦାନ କରିଥିଲା । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ-୨ ସରକାର (୨୦୧୨ ବେଳେ) ଅମଳରେ ‘ଏନ୍‌ସିଇଆର୍‌ଟି’ ପାଠ୍ୟ ପୁସ୍ତକରେ ନେହେରୁ ଡ. ଆମ୍ବେଦକରଙ୍କୁ ଚାବୁକ ମାରୁଥିବାର କାର୍ଟୁନ ପ୍ରକାଶ ପାଇଥିଲା । କ୍ଷମତା ପାଇଁ ସମ୍ବିଧାନର ମୌଳିକ ଆତ୍ମାକୁ ବାରମ୍ବାର ଉଲ୍ଲଂଘନ କରିଥିବା କଂଗ୍ରେସକୁ ଡ. ବାବାସାହେବଙ୍କ ଉତରାଧିକାରୀ ପ୍ରସଙ୍ଗରେ କହିବାର କୌଣସି ନୈତିକ ଅଧିକାର ନାହିଁ ବୋଲି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ।
“ସମ୍ବିଧାନ ଗୈାରବ ଅଭିଯାନ” ପ୍ରସଙ୍ଗରେ ଅନୁଷ୍ଠିତ ପ୍ରେସ ବାର୍ତା ଏବଂ ଆଲୋଚନାଚକ୍ରରେ ଯୋଗ ଦେଇ ଶ୍ରୀ ଠାକୁର କହିଛନ୍ତି ଯେ; କାଶ୍ମୀର ପ୍ରସଙ୍ଗରେ ନୀତି, ଦଳିତଙ୍କୁ ଅଣଦେଖା, ତୁଷ୍ଟିକରଣ ରାଜନୀତି, ତୃଟିପୂର୍ଣ୍ଣ ବୈଦେଶିକ ନୀତି, ହିନ୍ଦୁ କୋଡ ବିଲକୁ ବିରୋଧ କରୁଥିବା କାରଣରୁ ଡ. ଆମ୍ବେଦକର ୧୯୫୧ ରେ ନେହେରୁଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ । ଜରୁରୀକାଳୀନ ପରିସ୍ଥିତି ସମୟରେ କଂଗ୍ରେସ ସରକାର ରାଜନୈତିକ ବିରୋଧୀମାନଙ୍କୁ ଜେଲରେ ଭର୍ତି କରିବା ସହ ଗଣମାଧ୍ୟମର କଂଠରୋଧ କରିଥିଲା ।

ଆମ୍ବେଦକରଙ୍କ ଉତରାଧିକାରୀଙ୍କୁ ସମ୍ମାନିତ କରିବା ପାଇଁ ଭାରତୀୟ ଜନତା ପାର୍ଟୀ ଯଥା ସମ୍ଭବ ପ୍ରୟାସ ଜାରୀ ରଖିଛି । ୧୯୯୦ ମସିହାରେ ବିଜେପି ଆମ୍ବେଦକରଙ୍କୁ ପ୍ରତିଷ୍ଠିତ ଭାରତରତ୍ନ ପୁରସ୍କାରରେ ସମ୍ମାନିତ କରିଛି । ସଂସଦର କେନ୍ଦ୍ରୀୟ ହଲରେ ଡା.ଆମ୍ବେଦକରଙ୍କ ଫଟୋଚିତ୍ର ଲଗାଯାଇଛି । ଡ.ଆମ୍ବେଦକରଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ‘ଜାତୀୟ ସ୍ମାରକୀ’ରେ ପରିଣତ କରାଯାଇଛି । ଆମ୍ବେଦକରଙ୍କ ଜୀବନି ସହ ଜଡିତ ୫ଟି ପ୍ରମୁଖ ସ୍ଥାନକୁ ଚିହ୍ନଟ କରି ପଂଚତୀର୍ଥ ଭାବେ ବିକଶିତ କରାଯାଇଛି । ଏଗୁଡିକ ହେଲା; ଜନ୍ମଭୁମି (ମହୁ, ମଧ୍ୟପ୍ରଦେଶ); ଶିକ୍ଷା ଭୁମି (ଲଣ୍ଡନ); ଦିକ୍ଷା ଭୁମି (ନାଗପୁର); ମହାପରିନିର୍ବାଣ ଭୁମି (ଦିଲ୍ଲୀ); ଚୈତ୍ୟ ଭୁମି (ମୁମ୍ବାଇ) । ଆମ୍ବେଦକରଙ୍କୁ ସମ୍ମାନ ଜଣାଇ ଡାକଟିକଟ ଜାରୀ କରାଯାଇଛି ।

Tags: