ଆଜି ସିବିଆଇର ହାଜର ହେବେ ବିଷ୍ଣୁପଦ ସେଠୀ

ଭୁବନେଶ୍ୱର : ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଉପରେ ମୋହନ ସରକାରଙ୍କ ଛାଟ । ଆଜି ସିବିଆଇରେ ହାଜର ହେବାକୁ ବରିଷ୍ଠ IAS ବିଷ୍ଣୁପଦଙ୍କୁ ନିର୍ଦ୍ଦେଶ। ଟେଣ୍ଡର ଫିକ୍ସିଂ ମାମଲାରେ ପୂର୍ବରୁ ତାଙ୍କୁ ସମନ ଜାରି କରିସାରିଛି ସିବିଆଇ I ଦିନ ୧୨ଟାରେ ସିବିଆଇ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ପଦରୁ ହଟିଛନ୍ତି ବରିଷ୍ଠ IAS ବିଷ୍ଣୁପଦ ସେଠୀ। ଦାୟିତ୍ୱରେ ଥିବା ୩ ଗୁରୁତ୍ବପୂର୍ଣ୍ଣ ବିଭାଗର ସଚିବ ପଦରୁ ବିଷ୍ଣୁଙ୍କୁ ବିଦା କରିଛନ୍ତି ସରକାର । […]

Samaya Live Picture
Published On

ଭୁବନେଶ୍ୱର : ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଉପରେ ମୋହନ ସରକାରଙ୍କ ଛାଟ । ଆଜି ସିବିଆଇରେ ହାଜର ହେବାକୁ ବରିଷ୍ଠ IAS ବିଷ୍ଣୁପଦଙ୍କୁ ନିର୍ଦ୍ଦେଶ। ଟେଣ୍ଡର ଫିକ୍ସିଂ ମାମଲାରେ ପୂର୍ବରୁ ତାଙ୍କୁ ସମନ ଜାରି କରିସାରିଛି ସିବିଆଇ I ଦିନ ୧୨ଟାରେ ସିବିଆଇ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ପଦରୁ ହଟିଛନ୍ତି ବରିଷ୍ଠ IAS ବିଷ୍ଣୁପଦ ସେଠୀ। ଦାୟିତ୍ୱରେ ଥିବା ୩ ଗୁରୁତ୍ବପୂର୍ଣ୍ଣ ବିଭାଗର ସଚିବ ପଦରୁ ବିଷ୍ଣୁଙ୍କୁ ବିଦା କରିଛନ୍ତି ସରକାର । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର OSD ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି। SC/ST, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଏବଂ ସାମାଜିକ ନ୍ୟାୟ, ସଶକ୍ତୀକରଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଦାୟିତ୍ଵରେ ଥିଲେ ।

ସେପଟେ ବିଷ୍ଣୁପଦଙ୍କ ସ୍ଥାନରେ ୧୯୯୭ ବ୍ୟାଚ୍ ଆଇଏଏସ ସଞ୍ଜୀବ କୁମାର ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି । ସଞ୍ଜୀବ କୁମାର ମିଶ୍ର କିଛି ଦିନ ପୂର୍ବରୁ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ । ସଂଜୀବ କୁମାର ମିଶ୍ରଙ୍କୁ SC/ST, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିଭାଗ ଦାୟିତ୍ଵ ଦିଆଯାଇଛି। ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ସିବିଆଇ ସମନକୁ ନେଇ ଚର୍ଚ୍ଚାରେ ଥିଲେ ବିଷ୍ଣୁପଦ ସେଠୀ ।

Tags: