ବିଜୟଙ୍କ ବିବାହ ବିବାଦ,କଟକ ସବରେଜିଷ୍ଟ୍ରାର ଅଫିସରେ ପୂର୍ବତନ ବାନ୍ଧବୀଙ୍କ ଅଭିଯୋଗ
ଜଗତସିଂପୁର : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ବଢିଲା ଅଡୁଆ। ତାଙ୍କ ବିବାହ ଆବେଦନକୁ ନେଇ କଟକ ସବରେଜିଷ୍ଟ୍ରାର ଅଫିସରେ ପୂର୍ବତନ ବାନ୍ଧବୀ ସୋମାଲିକା ଦାସ । ଗତ ୨୧ ତାରିଖରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ କଟକ ସବ-ରେଜିଷ୍ଟ୍ରାରଅଫିସରେ ଆବେଦନ କରିଥିଲେ ବିଜୟ ଶଙ୍କର । ଏହାଉପରେ ପ୍ରତିବାଦ କରିଛନ୍ତି ସୋମାଲିକା । ଏନେଇ କଟକ ସବରେଜିଷ୍ଟ୍ରାର ଗୋପବନ୍ଧୁ ପରିଡ଼ାଙ୍କୁ ସେ ଲିଖିତ ଅଭିଯୋଗପତ୍ର ଦେଇଛନ୍ତି । ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା […]
ଜଗତସିଂପୁର : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ବଢିଲା ଅଡୁଆ। ତାଙ୍କ ବିବାହ ଆବେଦନକୁ ନେଇ କଟକ ସବରେଜିଷ୍ଟ୍ରାର ଅଫିସରେ ପୂର୍ବତନ ବାନ୍ଧବୀ ସୋମାଲିକା ଦାସ । ଗତ ୨୧ ତାରିଖରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ କଟକ ସବ-ରେଜିଷ୍ଟ୍ରାରଅଫିସରେ ଆବେଦନ କରିଥିଲେ ବିଜୟ ଶଙ୍କର । ଏହାଉପରେ ପ୍ରତିବାଦ କରିଛନ୍ତି ସୋମାଲିକା । ଏନେଇ କଟକ ସବରେଜିଷ୍ଟ୍ରାର ଗୋପବନ୍ଧୁ ପରିଡ଼ାଙ୍କୁ ସେ ଲିଖିତ ଅଭିଯୋଗପତ୍ର ଦେଇଛନ୍ତି । ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୋମାଲିକା କହିଛନ୍ତି ମୋତେ ନ୍ୟାୟ ମିଳିନି, ଆଉ ଜଣଙ୍କୁ ବାହା ହେବାକୁ ବସିଲେଣି । ଲୁଚିଛପି ଏଭଳି କରିଛନ୍ତି, ମିଡିଆରୁ ଜାଣିଲି । ସେ ବିଧାୟକ ତାଙ୍କ ପାୱାରରେ ଏଭଳି କରୁଛନ୍ତି । ପାର୍ଟି ପାୱାର ପାଇଁ ପୋଲିସ ତାଙ୍କ ପ୍ରତି ଆକ୍ସନ ନେଉନି । ପୁଲିସ ମୋତେ ବହୁତ ହଇରାଣ କରୁଛି। ମୋର ବାରମ୍ବାର ବୟାନ ରେକର୍ଡ ହେଉଛି । ବିଜୟଶଙ୍କରଙ୍କ ପାଇଁ କ’ଣ କିଛି ନାହିଁ । ତେଣୁ ମୁଁ ଡିପ୍ରେସନକୁ ଗଲିଣି ।
ସୂଚନାନୁସାରେ,ଗତ ୨୧ ତାରିଖରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ ପାଇଁ ଆବେଦନ କରିଛନ୍ତି। ସେ ବ୍ୟକ୍ତିଗତ ଭାବେ ସବରେଜିଷ୍ଟ୍ରାର୍ଙ୍କ ନିକଟରେ ହାଜର ହୋଇ କଟକ ଅରୁଣୋଦୟନଗର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି । ଅନ୍ୟପଟେ ବିଧାୟକଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାଶ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ‘କୋର୍ଟଙ୍କ ଦ୍ବାରସ୍ଥ ହେବି ଓ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବି’ ବୋଲି କହିଛନ୍ତି ।




