ବଢ଼ିଲା ବିଜୟଙ୍କ ବିବାହ ବିବାଦ ମାମଲା,ସବରେଜିଷ୍ଟ୍ରାର ଅଫିସରେ ସୋମାଲିକା

କଟକ : ବଢ଼ିଲା ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ବିବାଦ । ଆଜି କଟକ ସବ୍ ରେଜିଷ୍ଟ୍ରାର ଅଫିସରେ ଦ୍ୱାରସ୍ଥ ହୋଇଛନ୍ତି ବିଜୟ ଶଙ୍କରଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଦାଶ । ବିଜୟଙ୍କ ବୟସ ସଂପର୍କିତ ତଥ୍ୟକୁ ନେଇ ସୋମାଲିକା ଅଭିଯୋଗ କରିଛନ୍ତି । ଭିନ୍ନ ଭିନ୍ନ ଆବେଦନରେ ଭିନ୍ନ ବୟସ ଉଲ୍ଲେଖ ଥିବା ଦର୍ଶାଇଛନ୍ତି । ଏନେଇ ମଙ୍ଗଳବାର ଦିନ ହାଇକୋର୍ଟରେ ମାମଲା ଦାୟର କରିଥିଲେ ସୋମାଲିକା I ଆଜି ଏହାର […]

Samaya Live Picture
Published On

କଟକ : ବଢ଼ିଲା ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ବିବାଦ । ଆଜି କଟକ ସବ୍ ରେଜିଷ୍ଟ୍ରାର ଅଫିସରେ ଦ୍ୱାରସ୍ଥ ହୋଇଛନ୍ତି ବିଜୟ ଶଙ୍କରଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଦାଶ । ବିଜୟଙ୍କ ବୟସ ସଂପର୍କିତ ତଥ୍ୟକୁ ନେଇ ସୋମାଲିକା ଅଭିଯୋଗ କରିଛନ୍ତି । ଭିନ୍ନ ଭିନ୍ନ ଆବେଦନରେ ଭିନ୍ନ ବୟସ ଉଲ୍ଲେଖ ଥିବା ଦର୍ଶାଇଛନ୍ତି । ଏନେଇ ମଙ୍ଗଳବାର ଦିନ ହାଇକୋର୍ଟରେ ମାମଲା ଦାୟର କରିଥିଲେ ସୋମାଲିକା I ଆଜି ଏହାର ପିଟିସନ କପିସହ ସବ ରେଜିଷ୍ଟ୍ରାର ଅଫିସରେ ପହଂଚିଛନ୍ତି ସୋମାଲିକା I

ନିଜ ବୟାନରେ ସୋମାଲିକା କହିଛନ୍ତି ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ବିଧାୟକ କିପରି ଅନ୍ୟ ଜଣେ ଯୁବତୀଙ୍କ ସହ ବିବାହ ପାଇଁ ଆବେଦନ କରିଛନ୍ତି ସେନେଇ ସୋମାଲିକା ଅଭିଯୋଗ କରିଛନ୍ତି । ସେ କହିଛନ୍ତି,‘ବିବାହ ମାମଲାକୁ ନେଇ ମୁଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଏ ସଂପର୍କିତ କପି ସବ୍‌ ରେଜିଷ୍ଟ୍ରାରଙ୍କ ଠାରେ ଦାଖଲ କରିଛି । ମୋତେ ନ୍ୟାୟ ନମିଳିବା ଯାଏ ବିଜୟଙ୍କ ବାହାଘର ବନ୍ଦ ରହୁ । ଜଣେ ବିଧାୟକ ହୋଇ କିପରି ଭୂଲ୍ ତଥ୍ୟ ଦେଉଛନ୍ତି । ହାଇକୋର୍ଟରୁ ମୋତେ ନ୍ୟାୟ ମିଳିବ ବୋଲି ଆଶା କରୁଛି ।’

ଘଟନାନୁସାରେ,ପୂର୍ବରୁ ବିଜୟ ଶଙ୍କର ସୋମାଲିକାଙ୍କୁ ବିବାହ କରିବା ପାଇଁ କୋର୍ଟରେ ଆବେଦନ କରିଥିଲେ I କିନ୍ତୁ ବିବାହର ନିର୍ଦ୍ଦିଷ୍ଟ ତାରିଖ ଦିନ ବିଜୟ ଶଙ୍କର କୋର୍ଟରେ ହଜାର ହୋଇ ନଥିଲେ I ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଥିବାବେଳେ ସେ ଗତ ସେପ୍ଟେମ୍ବର ୨୧ ତାରିଖରେ ପୁଣି ଜଣେ ଝିଅକୁ ବିବାହ କରିବା ପାଇଁ କଟକ ସବ୍ ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଛନ୍ତି I

Tags: