ପୁଣି ବିବାଦ ଘେରରେ ବିଜୟ ଶଙ୍କର , ବିବାହ ପାଇଁ କୋର୍ଟରେ କଲେ ଆବେଦନ

ଜଗତସିଂପୁର : ପୁଣି ବିବାଦଘେରରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବିବାହ ପାଇଁ କଟକ ସଵ ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଛନ୍ତି । ସେପ୍ଟେମ୍ବର ୨୧ତାରିଖରେ ସେ ଏହି ଆବେଦନ କରିଥିବା ଜଣାପଡିଛି Iତେବେ ପୂର୍ବରୁ ନିଜ ବାନ୍ଧବୀ ସୋମାଲିକା ଦାଶଙ୍କୁ ବିବାହ କରିବା ବିବାଦରୁ ସଂପୂର୍ଣ୍ଣ ମୁକ୍ତି ପାଇନଥିବା ବେଳେ ଆଉ ଜଣେ ବାନ୍ଧବୀଙ୍କୁ ବିବାହ ପାଇଁ କୋର୍ଟରେ ଆବେଦନ କରିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର I ଏହାକୁ ନେଇ ଚର୍ଚ୍ଚା […]

Samaya Live Picture
Published On

ଜଗତସିଂପୁର : ପୁଣି ବିବାଦଘେରରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବିବାହ ପାଇଁ କଟକ ସଵ ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଛନ୍ତି । ସେପ୍ଟେମ୍ବର ୨୧ତାରିଖରେ ସେ ଏହି ଆବେଦନ କରିଥିବା ଜଣାପଡିଛି Iତେବେ ପୂର୍ବରୁ ନିଜ ବାନ୍ଧବୀ ସୋମାଲିକା ଦାଶଙ୍କୁ ବିବାହ କରିବା ବିବାଦରୁ ସଂପୂର୍ଣ୍ଣ ମୁକ୍ତି ପାଇନଥିବା ବେଳେ ଆଉ ଜଣେ ବାନ୍ଧବୀଙ୍କୁ ବିବାହ ପାଇଁ କୋର୍ଟରେ ଆବେଦନ କରିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର I ଏହାକୁ ନେଇ ଚର୍ଚ୍ଚା ଲାଗିରହିଛି । ତେବେ ଏ ନେଇ କଟକ ସଵ ରେଜିଷ୍ଟ୍ରାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇ ନାହିଁ।

ସୂଚନାନୁସାରେ,ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ,ପ୍ରତ୍ୟୁଷା ନନ୍ଦ ନାମ୍ନୀ ତାଙ୍କର ଜଣେ ସହପାଠୀଙ୍କୁ ବିବାହ କରିବାକୁ ଯାଉଛନ୍ତି I ପ୍ରତ୍ୟୁଷା ନନ୍ଦ ପୂର୍ବରୁ ବିବାହିତା ଏବଂ ତାଙ୍କର ୬ ବର୍ଷର ପୁଅ ଟିଏ ମଧ୍ୟ ରହିଛି I ଉଭୟେ କିଛି ବର୍ଷା ଧାଇଁ ଭୁବନେଶ୍ୱରରେ ଲିଭ-ଇନ ରେ ରହୁଥିବା ସୂଚନା ମିଳିଛି I

ଅନ୍ୟପଟେ ବିଧାୟକ ଶ୍ରୀ ଦାସ ଗତବର୍ଷ ମେ’୧୭ତାରିଖରେ ନିଜର ଦୀର୍ଘଦିନର ପ୍ରେମିକା ସୋମାଲିକା ଦାଶଙ୍କୁ ବିବାହ କରିବାକୁ ଜଗତସିଂହପୁର ସବରେଜିଷ୍ଟ୍ରାରଙ୍କ ପାଖରେ ଆବେଦନ କରିଥିଲେ । କିନ୍ତୁ ଏକମାସର ନୋଟିସ୍ ଅବଧି ପରେ ସେ ବିବାହ ପାଇଁ ଉପସ୍ଥିତ ହୋଇନଥିଲେ । ଯାହାକୁ ନେଇ ସୋମାଲିକା ପରବର୍ତ୍ତୀ ସମୟରେ ଜଗତସିଂହପୁର ଥାନାରେ ଯୌନ ନିର୍ଯାତନା, ଦୁଷ୍କର୍ମ ମାମଲା ଦାଏର କରିଥିଲେ । ସୋମାଲିକା ଦାଶ ଏହି ଯୁବତୀଙ୍କ ସହ ବିଜୟ ଶଙ୍କରଙ୍କ ସମ୍ପର୍କ ନେଇ ଅନେକ ଥର ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ସେମାନଙ୍କ ସମ୍ପର୍କକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା। ଥାନା ଠାରୁ ଆରମ୍ଭ କରି କୋର୍ଟ ପର୍ଯ୍ୟନ୍ତ ମାମଲା ପହଁଚିଥିଲା। ସୋମାଲିକା କୋର୍ଟରେ ବିଧାୟକ ବିଜୟ ଶଙ୍କରଙ୍କ ନାଁରେ କରିଥିବା ଅଭିଯୋଗରୁ ବିଜୟ ଶଙ୍କର କ୍ଲିନଚିଟ୍ ପାଇ ନାହାନ୍ତି ।

Tags: