ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ଵର : ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଲାଞ୍ଚ ନେଉଥିବା ଅଭିଯୋଗରେ ଚିତ୍ରକୋଣ୍ଡା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ଧରିଛି ଭିଜିଲାନ୍ସ । ଏହାସହ ତାଙ୍କ କାର ଭିତରୁ ୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ। ତେବେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢ଼ାଉ ବେଳେ ଘରୁ ଘରୁ ମଧ୍ୟ ନଗଦ ୧୩ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି । ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗର […]
ଭୁବନେଶ୍ଵର : ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଲାଞ୍ଚ ନେଉଥିବା ଅଭିଯୋଗରେ ଚିତ୍ରକୋଣ୍ଡା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ଧରିଛି ଭିଜିଲାନ୍ସ । ଏହାସହ ତାଙ୍କ କାର ଭିତରୁ ୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ। ତେବେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢ଼ାଉ ବେଳେ ଘରୁ ଘରୁ ମଧ୍ୟ ନଗଦ ୧୩ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି । ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗର ଡିଏସପି ସଦାନନ୍ଦ ପାଣିଗ୍ରାହୀଙ୍କ ନେତୃତ୍ୱରେ କୋରାପୁଟ ଡିଭିଜନ ଏବଂ ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା।
ସୂଚନାନୁଯାୟୀ, ଚିତ୍ରକୋଣ୍ଡା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀ ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେଇଥିବା ଖବର ପାଇ ଭିଜିଲାନ୍ସ ତାଙ୍କ ଉପରେ ନଜର କରିଥିଲା। ଶୁକ୍ରବାର ପବିତ୍ର ମୋହନ ପାଣିଗ୍ରାହୀ ତାଙ୍କ କାର୍ଯ୍ୟାଳୟରୁ ଯିବା ସମୟରେ ଭିଜିଲାନ୍ସର ଏକ ଟିମ୍ ଗୋବିନ୍ଦପଲ୍ଲୀ ଛକ ନିକଟରେ ତାଙ୍କ କାରକୁ ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ପବିତ୍ର ମୋହନଙ୍କ କାର୍ ଭିତରୁ ନଗଦ ୫ ଲକ୍ଷ ୭ ହଜାର ଟଙ୍କା ଜବତ ହୋଇଥିଲା। ଏନେଇ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏହା ପରେ ଭିଜିଲାନ୍ସ ଟିମ୍ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଥିଲା। ଚଢାଉ ବେଳେ ପବିତ୍ର ମୋହନଙ୍କ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ଡମଣା ସ୍କୋୟାର, ନନ୍ଦଦେବୀ ଆପାର୍ଟମେଣ୍ଟରୁ ୧୩ ଲକ୍ଷ ୫୦ ହଜାର ଟଙ୍କା ସହ ଅନ୍ୟାନ୍ୟ ସୁନା ଗହଣା ଜବତ ହୋଇଥିଲା। ଏହି ଘଟଣାରେ ପବିତ୍ର ମୋହନଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।
ସୂଚନାନୁସାରେ,ଗତକାଲି ଭିଜିଲାନ୍ସ ଜାଲରେ ପଡିଥିବା ସହକାରୀ ଯନ୍ତ୍ରୀ ପଵିତ୍ରମୋହନ ଙ୍କ ଘରେ ଆଜି ୫ ଜଣିଆ ଭିଜିଲାନ୍ସ ଟିମ ପହଞ୍ଚି ଚଢ଼ାଉ ଜାରି ରଖିଛି ।




