ଡେପୁଟି ଟ୍ରାନ୍ସପୋର୍ଟ କମିଶନରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
କଟକ : ଭିଜିଲାନ୍ସ ଜାଲରେ ପୁଣି ଜଣେ ବଡବାବୁ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଡେପୁଟି ଟ୍ରାନ୍ସପୋର୍ଟ କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଚଢ଼ାଉ ହୋଇଛି । ପ୍ରଦୀପଙ୍କ କଟକ ସ୍ଥିତ ଅଫିସ, ଖୋର୍ଦ୍ଧା ଟାଙ୍ଗରେ ପୈତୃକ ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ମୈତ୍ରୀ ବିହାରର ଥିବା ଘର, ରଘୁନାଥପୁରରେ ଥିବା ଘର, ନୟାଗଡ଼ରେ ଥିବା ଫାର୍ମା ହାଉସ ସମେତ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ପୁରୀରେ ଥିବା ପ୍ରଦୀପଙ୍କ ସଂପର୍କୀୟ ଘରେ […]
କଟକ : ଭିଜିଲାନ୍ସ ଜାଲରେ ପୁଣି ଜଣେ ବଡବାବୁ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଡେପୁଟି ଟ୍ରାନ୍ସପୋର୍ଟ କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଚଢ଼ାଉ ହୋଇଛି । ପ୍ରଦୀପଙ୍କ କଟକ ସ୍ଥିତ ଅଫିସ, ଖୋର୍ଦ୍ଧା ଟାଙ୍ଗରେ ପୈତୃକ ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ମୈତ୍ରୀ ବିହାରର ଥିବା ଘର, ରଘୁନାଥପୁରରେ ଥିବା ଘର, ନୟାଗଡ଼ରେ ଥିବା ଫାର୍ମା ହାଉସ ସମେତ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ପୁରୀରେ ଥିବା ପ୍ରଦୀପଙ୍କ ସଂପର୍କୀୟ ଘରେ ମଧ୍ୟ ଚଢ଼ାଉ କରାଯାଇଛି।
ପ୍ରଦୀପ ମହାନ୍ତିଙ୍କ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୈତୃକ ଘର, ଭୁବନେଶ୍ବର ମୈତ୍ରୀ ବିବାର ସ୍ଥିତ ଘର, ମଳିପଡାରେ ଥିବା ସଂପର୍କୀୟଙ୍କ ଘର, ପୁରୀ ଟାଉନରେ ଥିବା ସଂପର୍କୀୟଙ୍କ ସହିତ ନୟାଗଡ ରଣପୁରର ଫାର୍ମ ହାଉସ, ମଳିପଡାରେ ସଂପର୍କୀୟଙ୍କ ନାଁରେ ଥିବା ପେଟ୍ରୋଲ ପମ୍ପ ଠାବ ହୋଇଛି । ସେହିପରି ଗୋବିନ୍ଦପ୍ରସାଦରେ ପ୍ରଦୀପଙ୍କ ନିର୍ମାଣାଧୀନ ୫ ମହଲା କୋଠା ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ଚଢ଼ାଉରେ ୨ ଅତିରିକ୍ତ ଏସ୍ପି ଓ ୧୩ ଡିଏସ୍ପି ସାମିଲ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରଦୀପ ମହାନ୍ତିଙ୍କ ଘରୁ ଝୁଡି ଭର୍ତି ସୁନା ଅଳଙ୍କାର,ରୂପା ଏବଂ ସୁନା ବିସ୍କୁଟ ସମେତ ବିଡା ବିଡା ଟଙ୍କା ଜବତ କରାଯାଇଥିବାବେଳେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି ।




