ଚେନ ଲୁଟେରାଙ୍କ ଆକ୍ରମଣରେ ଶିକାର ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର : ନୋହିଲା ସୁନା ଚେନ ଲୁଟ । ଲୁଟେରାଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ମହିଳାଙ୍କ ଆଇସିୟୁରେ ମୃତ୍ୟୁ । ମୃତ ମହିଳା ଜଣଙ୍କ ହେଲେ ୟୁ.ବିଷ୍ଣୁ ପାତ୍ର । ଗତ ସୋମବାର ଦିନ ସ୍ୱାମୀଙ୍କ ସହିତ ଭୁବନେଶ୍ୱରରୁ ହରିରାଜ ପୁର ସୋମନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିବା ବେଳେ କଳା ପଲସର ବାଇକ ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ ଦମ୍ପତି । ସ୍ଵାମୀ ବାଇକ ଚଳାଉ ଥିବାବେଳେ ସ୍ତ୍ରୀ ୟୁ ବିଷ୍ଣୁ ପାତ୍ର ପଛରେ ବସିଥିଲେ । […]

Samaya Live Picture
Published On

ଭୁବନେଶ୍ୱର : ନୋହିଲା ସୁନା ଚେନ ଲୁଟ । ଲୁଟେରାଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ମହିଳାଙ୍କ ଆଇସିୟୁରେ ମୃତ୍ୟୁ । ମୃତ ମହିଳା ଜଣଙ୍କ ହେଲେ ୟୁ.ବିଷ୍ଣୁ ପାତ୍ର । ଗତ ସୋମବାର ଦିନ ସ୍ୱାମୀଙ୍କ ସହିତ ଭୁବନେଶ୍ୱରରୁ ହରିରାଜ ପୁର ସୋମନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିବା ବେଳେ କଳା ପଲସର ବାଇକ ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ ଦମ୍ପତି । ସ୍ଵାମୀ ବାଇକ ଚଳାଉ ଥିବାବେଳେ ସ୍ତ୍ରୀ ୟୁ ବିଷ୍ଣୁ ପାତ୍ର ପଛରେ ବସିଥିଲେ । ରାସ୍ତାରେ ଏକ କଳା ପଲସରରେ ଲୁଟେରା ମାନେ ଆସି ବିଷ୍ଣୁଙ୍କ ଚେନ ଟାଣିବାକୁ ଉଦ୍ୟମ କରିଥିଲେ । ତେବେ ଚେନ୍ ଟି ମୋଟା ଥିବାରୁ ବେକରୁ ଛିଣ୍ଡି ପାରିନଥିଲା । ଚେନ ଲୁଟ୍ ନକରିପାରି ପୁନର୍ବାର ଲୁଟ୍ ପାଇଁ ଗୋଡ଼ାଇ ଆକ୍ରମଣ କରି ବିଷ୍ଣୁଙ୍କୁ ବାଇକରୁ ଠେଲି ଦେଇଥିଲେ । ବିଷ୍ଣୁ ତଳେ ପଡିଯିବାରୁ ତାଙ୍କ ମୁଣ୍ଡ ପଛ ପାଖରେ ଗଭୀର ଆଘାତ ଲାଗି ମୁହଁ ଏବଂ ନାକରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଗୁରୁତର ଅବସ୍ଥାରେ ବିଷ୍ଣୁଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୩ ଦିନ ଧରି ଜୀବନ ସହିତ ସଂଗ୍ରାମ ପରେ ଆଜି ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ପୋଲିସ ପକ୍ଷରୁ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଛି ।

Tags: