ରାଉରକେଲାରେ ଭିବ୍ରିଓ କଲେରା
ରାଉରକେଲା : ଷ୍ଟିଲ ସିଟିରେ ଆତଙ୍କ ଖେଳାଉଛି ହଇଜା I ଜୀବନ ନେଉଛି ଭିବ୍ରିଓ କଲେରା I ଉଭୟ ଭିବ୍ରିଓ କଲେରା ଓ ଇ-କଲାଇ ବ୍ୟାକ୍ଟେରିଆ ଯୋଗୁଁ ବ୍ୟାପୁଛି ହଇଜା ସଂକ୍ରମଣ I ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୪ଶହ ଜଣ ଏଥିରେ ଆକ୍ରାନ୍ତ ହେବା ସହିତ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି I ତେବେ ସରକାରୀ ହିସାବରେ RGHରେ ୬ ଜଣଙ୍କରେ ମୃତ୍ୟୁ ହୋଇଥିବା ତଥ୍ୟ ରହିଛି I ସେପଟେ ୧୫ ଦିନର ହଇଜା […]
ରାଉରକେଲା : ଷ୍ଟିଲ ସିଟିରେ ଆତଙ୍କ ଖେଳାଉଛି ହଇଜା I ଜୀବନ ନେଉଛି ଭିବ୍ରିଓ କଲେରା I ଉଭୟ ଭିବ୍ରିଓ କଲେରା ଓ ଇ-କଲାଇ ବ୍ୟାକ୍ଟେରିଆ ଯୋଗୁଁ ବ୍ୟାପୁଛି ହଇଜା ସଂକ୍ରମଣ I ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୪ଶହ ଜଣ ଏଥିରେ ଆକ୍ରାନ୍ତ ହେବା ସହିତ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି I ତେବେ ସରକାରୀ ହିସାବରେ RGHରେ ୬ ଜଣଙ୍କରେ ମୃତ୍ୟୁ ହୋଇଥିବା ତଥ୍ୟ ରହିଛି I
ସେପଟେ ୧୫ ଦିନର ହଇଜା ସଂକ୍ରମଣ ପରେ ବର୍ତ୍ତମାନ ଆକ୍ରାନ୍ତଂକ ସଂଖ୍ୟା କମିଥିବା ଜଣାପଡିଛି I ଆସନ୍ତା ୨ରୁ ୩ଦିନ ମଧ୍ୟରେ ସ୍ଥିତିରେ ସୁଧାର ଆସିପାରିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ଆଜି ସେ ରାଉରକେଲା ସରକାରୀ ଡାକ୍ତରଖାନାରେ ପହଞ୍ଚି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ ଚିକିତ୍ସା ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ୧୦ଟି ପିଏଚସି ୨୪ ଘଣ୍ଟା ଖୋଲା ରହିବ। ରାତିରେ ଆକ୍ରାନ୍ତ ଆସିଲେ ମଧ୍ୟ ଚିକିତ୍ସା ଯୋଗାଇ ଦିଆଯିବ। ଏହାସହିତ ହଇଜା ବ୍ୟାପିବାର କାରଣ ଖୋଜିବାକୁ ଏସସିବିର ୪ଜଣିଆ ଡାକ୍ତରୀ ଦଳ ସହ ଜଣେ ଟେକ୍ନିସିଆନ ଓ ଆରଏମଆରସିର ଦୁଇ ଜଣ ବୈଜ୍ଞାନିକ ରାଉରକେଲାରେ ପହଞ୍ଚିଛନ୍ତି । ହଇଜାର କାରଣ ଖୋଜିବାକୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପାଣି ନମୁନା ପରୀକ୍ଷା କରାଯାଉଛି। ଯେଉଁଠି ସବୁ ପାଇପ ଫାଟିଛି ତାହାର ମଧ୍ୟ ମରାମତି ଶେଷ ହୋଇଛି।
ଅନ୍ୟପଟେ ରାଉରକେଲାରେ ହଇଜା ସଂକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି ।




