୨ ଟି ସ୍ଥାନରୁ ମଦ ବୋଝେଇ ଗାଡି ଜବତ,୫ ଅଟକ
ନନ୍ଦପୁର: ବିପୁଳ ପରିମାଣରେ ବିଦେଶୀ ମଦ ଜବତ I କୋରାପୁଟ ଜିଲା ନନ୍ଦପୁର ଥାନା ଅନ୍ତର୍ଗତ ଦେବଗନ୍ଧନା ଗ୍ରାମରେ ବିଦେଶୀ ମଦ ବୋଝେଇ ବୋଲେରୋ ଗାଡି ଜବତ ହୋଇଛି। ଶନିବାର ମଦ ବୋଝେଇ ବୋଲେରୋ ଗାଡ଼ି ସମେତ ତିନି ଜଣଙ୍କୁ ଅଟକ ରଖି ପୁଲିସକୁ ସୂଚନା ଦେଇଥିଲେ ଗ୍ରାମବାସୀ। ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମଦ ବୋଝେଇ ଗାଡି ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ କବ୍ଜାକୁ ନେଇଛି । ସୂଚନାନୁସାରେ,ଶନିବାର ସକାଳ ୭ଟାରେ ଦେବଗନ୍ଧନା […]
ନନ୍ଦପୁର: ବିପୁଳ ପରିମାଣରେ ବିଦେଶୀ ମଦ ଜବତ I କୋରାପୁଟ ଜିଲା ନନ୍ଦପୁର ଥାନା ଅନ୍ତର୍ଗତ ଦେବଗନ୍ଧନା ଗ୍ରାମରେ ବିଦେଶୀ ମଦ ବୋଝେଇ ବୋଲେରୋ ଗାଡି ଜବତ ହୋଇଛି। ଶନିବାର ମଦ ବୋଝେଇ ବୋଲେରୋ ଗାଡ଼ି ସମେତ ତିନି ଜଣଙ୍କୁ ଅଟକ ରଖି ପୁଲିସକୁ ସୂଚନା ଦେଇଥିଲେ ଗ୍ରାମବାସୀ। ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମଦ ବୋଝେଇ ଗାଡି ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ କବ୍ଜାକୁ ନେଇଛି ।
ସୂଚନାନୁସାରେ,ଶନିବାର ସକାଳ ୭ଟାରେ ଦେବଗନ୍ଧନା ଗାଁରେ ମଦ ବୋଝେଇ ଗାଡ଼ିକୁ ଅଟକ ରଖିଥିଲେ ଗ୍ରାମବାସୀ। ନନ୍ଦପୁରରେ ଥିବା ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ମଦ ଦୋକାନରୁ ଏହି ମଦ ଦେବ ଗନ୍ଧାନା ଗାଁକୁ ଚାଲାଣ ହେଉଥିଲା। ଦେବ ଗନ୍ଧାନା ଗ୍ରାମବାସୀଙ୍କଠାରୁ ଖବର ପାଇ ନନ୍ଦପୁର ପୁଲିସ ଥାନାଧିକାରୀ ମମତା ପଣ୍ଡାଙ୍କ ନେତୃତ୍ୱରେ ଘଟଣା ସ୍ଥଳରୁ ବୋଲେରୋ ଗାଡ଼ି ରୁ ୨୫ ରୁ ଉର୍ଦ୍ଧ କାର୍ଟୁନ୍ ବିଦେଶୀ ମଦ ଜବତ କରିବା ସହିତ ୩ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରୁଛନ୍ତି ।
ସେହିପରି ଗତକାଲି ବାଲେଶ୍ୱର ଜିଲ୍ଲା ଉଦୟପୁର ବେଳାଭୂମିରୁ ବିପୁଳ ପରିମାଣରେ ମଦ ଜବତ କରିଛି ଅବକାରୀ ବିଭାଗ I ୪ଟି ମଦ ବୋଝେଇ ଗାଡି ସହ ୨ ଜଣଙ୍କୁ ଅଟକ ରଖି ଏହି ଘଟଣାର ଅଧିକ ତଦନ୍ତ କରୁଛି । ତେବେ ଏତେ ପରିମାଣରେ ମଦ କେଉଁଠାରୁ ଆସିଲା ଏବଂ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି,ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ I




