ଗାଡି ଯାଞ୍ଚ ପୋଲିସ କାମ ନୁହଁ – ଘରୋଇ ପରିବହନ ମାଲିକ ସଂଘ

ଭୁବନେଶ୍ୱର : ପୋଲିସର ଗାଡି ଯାଞ୍ଚକୁ ନେଇ ଅସନ୍ତୋଷ ଝାଡିଛନ୍ତି ଘରୋଇ ପରିବହନ ମାଲିକ ସଂଘ । ଦୁର୍ଘଟଣା ରୋକିବା ପାଇଁ ପୋଲିସକୁ ଗାଡ଼ି ଯାଞ୍ଚର ଅତିରିକ୍ତ କ୍ଷମତା ଦେବା ପ୍ରସ୍ତାବକୁ ନିନ୍ଦା କରିଛନ୍ତି ଘରୋଇ ବସ୍ – ଟ୍ରକ ମାଲିକ ସଂଘ । ଗାଡି ଯାଞ୍ଚ ବାହାନାରେ ପୋଲିସ ଜୁଲମ ବଢିବ । ଗାଡି ଚାଳକ ଅସୁବିଧାରେ ପଡିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏପରିକି ପୋଲିସ କ୍ଷମତାର ଅପବ୍ୟବହାର କରିବ ବୋଲି ସଂଘ ପକ୍ଷରୁ […]

ଗାଡି ଯାଞ୍ଚ ପୋଲିସ କାମ ନୁହଁ – ଘରୋଇ ପରିବହନ ମାଲିକ ସଂଘ
Samaya Live Picture
Published On

ଭୁବନେଶ୍ୱର : ପୋଲିସର ଗାଡି ଯାଞ୍ଚକୁ ନେଇ ଅସନ୍ତୋଷ ଝାଡିଛନ୍ତି ଘରୋଇ ପରିବହନ ମାଲିକ ସଂଘ । ଦୁର୍ଘଟଣା ରୋକିବା ପାଇଁ ପୋଲିସକୁ ଗାଡ଼ି ଯାଞ୍ଚର ଅତିରିକ୍ତ କ୍ଷମତା ଦେବା ପ୍ରସ୍ତାବକୁ ନିନ୍ଦା କରିଛନ୍ତି ଘରୋଇ ବସ୍ – ଟ୍ରକ ମାଲିକ ସଂଘ । ଗାଡି ଯାଞ୍ଚ ବାହାନାରେ ପୋଲିସ ଜୁଲମ ବଢିବ । ଗାଡି ଚାଳକ ଅସୁବିଧାରେ ପଡିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏପରିକି ପୋଲିସ କ୍ଷମତାର ଅପବ୍ୟବହାର କରିବ ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ପୋଲିସ ବେଆଇନ ଚାଲାଣ କାଟିବାର ନଜିର ରହିଛି। ପରିବହନ ବିଭାଗ ତା କାମ କରୁ, ପୋଲିସ ଆଇନଶୃଙ୍ଖଳା ଦେଖୁ। ଗାଡ଼ି ଯାଞ୍ଚ କରିବା ପୋଲିସର କାମ ନୁହେଁ ବୋଲି ସଂଘ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି।

ପରିବହନ ବିଭାଗକୁ ସ୍ଥାଣୁ କରିବା ପାଇଁ ଏହା ଏକ ସୁଚିନ୍ତିତ ଷଡ଼୍‌ଯନ୍ତ୍ର । ମୁଖ୍ୟ ସମସ୍ୟା ହେଉଛି ବାରମ୍ବାର ଯାଞ୍ଚ ଯୋଗୁଁ ଯାତ୍ରୀବାହୀ ବସ୍ ହିଁ ହଇରାଣ ହେବେ । ଏଭଳି ଅଭିଯୋଗ ଆଣିଛି ଅଲ୍ ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ । ଏହି ପ୍ରସ୍ତାବର ପୁନଃ ନିଷ୍ପତ୍ତି ପାଇଁ ସଂଘ ଦାବି କରିଛି । ନଚେତ୍ ଆଗକୁ ସବୁ ଯାତ୍ରୀବାହୀ ବସ୍ ମାଲିକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ଏଭଳି ନିର୍ଦ୍ଦେଶର ପୁନର୍ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ସଂଘ ।

Tags: