ବୀର ସୁରେନ୍ଦ୍ର ସାଏ

ଆଜି ଜନ୍ମଦିନ

ବୀର ସୁରେନ୍ଦ୍ର ସାଏ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଅପହରଣର ୫ ଘଣ୍ଟା ପରେ ମିଳିଲେ ସ୍କୁଲ ଛାତ୍ରୀ

ସମ୍ବନ୍ଧିତ ଖବର ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

 

ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବୀର ସୁରେନ୍ଦ୍ର ସାଏ ଏକ ଅମ୍ଳାନ ପ୍ରତିଭା । ସେ ୧୮୦୯ ମସିହା ଜାନୁଆରୀ ୨୩ ତାରିଖରେ ସମ୍ବଲପୁରର ଖିଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ସମ୍ବଲପୁରର ଚୌହାନ ରାଜବଂଶ ସହ ଜଡ଼ିତ ଥିଲେ । ମାତ୍ର ୧୮ ବର୍ଷ ବୟସରୁ ସେ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ସମ୍ବଲପୁରକୁ ବ୍ରିଟିଶ କବଳରୁ ମୁକ୍ତ କରି ଏହାର ପ୍ରକୃତ ଉତ୍ତରାଧିକାରୀଙ୍କୁ ସିଂହାସନରେ ବସାଇବା ।   ଦୀର୍ଘ ବର୍ଷ ଧରି ବ୍ରିଟିଶ ବାହିନୀ ସହିତ ଲଢ଼ିବା ପରେ ମଧ୍ୟ ସେ କେବେହେଲେ ବ୍ରିଟିଶ ଆଗରେ ଆତ୍ମସମର୍ପଣ କରିନଥିଲେ। ଶେଷରେ ବିଶ୍ୱାସଘାତକତା ଯୋଗୁଁ ସେ ଧରାପଡ଼ିଥିଲେ ଏବଂ ତାଙ୍କୁ ଅସୀରଗଡ଼ ଦୁର୍ଗରେ ବନ୍ଦୀ କରି ରଖାଯାଇଥିଲା। ୨୮ ଫେବ୍ରୁଆରୀ ୧୮୮୪ ମସିହାରେ ସେହି ଦୁର୍ଗ ମଧ୍ୟରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ଜଣେ ଏପରି ବୀର ଥିଲେ ଯିଏ ଜୀବନର ଅଧିକାଂଶ ସମୟ କାରାଗାରରେ କଟାଇଥିଲେ ମଧ୍ୟ ନିଜର ଆଦର୍ଶରୁ ଓହରି ନଥିଲେ । ଆଜି ବି ତାଙ୍କର ସାହସ ଏବଂ ବଳିଦାନ ଓଡ଼ିଶା ତଥା ସାରା ଭାରତ ପାଇଁ ଗର୍ବର ବିଷୟ ।

ସମ୍ବନ୍ଧିତ ଖବର ଆଜିଠାରୁ ନୋଡାଲ ସ୍କୁଲକୁ ଯିବ ମାଟ୍ରିକ ପ୍ରଶ୍ନପତ୍ର

Tags: