କାଳବୈଶାଖୀ ଯୋଗୁଁ କ୍ଷତିଗ୍ରସ୍ତ ହେଲା ପୁରୀ-ହାୱଡା ବନ୍ଦେ ଭାରତ ଟ୍ରେନ୍, ଆଜି ଗଡିବନି
ଭୂବନେଶ୍ୱର : ଗତ କାଲି ସନ୍ଧ୍ୟାରେ କାଳବୈଶାଖୀ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ । ଗତକାଲି ପୁରୀରୁ ହାୱଡ଼ା ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଯାଜପୁର ଜିଲ୍ଲାର ବୈତରଣୀ ରୋଡ୍ ଓ ମଞ୍ଜୁରୀ ରୋଡ୍ ମଧ୍ୟରେ ଅଟକି ରହିଥିଲା। କାଳବୈଶାଖୀ ମାଡ଼ରେ ଉପରେ ଲାଗିଥିବା ବିଦ୍ୟୁତ୍ ତାର କ୍ଷତିଗ୍ରସ୍ତ ହେବା ସହ ଗଛ ଡାଳ ଭାଙ୍ଗି ଲୋକୋ ପାଇଲଟଙ୍କ ସାମ୍ନା କାଚ ଭାଙ୍ଗି ଯାଇଥିଲା। ଫଳରେ ପ୍ରାୟ ୪ ଘଣ୍ଟା ଧରି […]
ଭୂବନେଶ୍ୱର : ଗତ କାଲି ସନ୍ଧ୍ୟାରେ କାଳବୈଶାଖୀ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ । ଗତକାଲି ପୁରୀରୁ ହାୱଡ଼ା ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଯାଜପୁର ଜିଲ୍ଲାର ବୈତରଣୀ ରୋଡ୍ ଓ ମଞ୍ଜୁରୀ ରୋଡ୍ ମଧ୍ୟରେ ଅଟକି ରହିଥିଲା। କାଳବୈଶାଖୀ ମାଡ଼ରେ ଉପରେ ଲାଗିଥିବା ବିଦ୍ୟୁତ୍ ତାର କ୍ଷତିଗ୍ରସ୍ତ ହେବା ସହ ଗଛ ଡାଳ ଭାଙ୍ଗି ଲୋକୋ ପାଇଲଟଙ୍କ ସାମ୍ନା କାଚ ଭାଙ୍ଗି ଯାଇଥିଲା। ଫଳରେ ପ୍ରାୟ ୪ ଘଣ୍ଟା ଧରି ଅଟକି ରହିବା ପରେ ଏକ ଡିଜେଲ ଇଞ୍ଜିନ ସହାୟତାରେ ଟ୍ରେନ୍କୁ ଭଦ୍ରକ ଅଭିମୁଖେ ନିଆଯାଇଥିଲା। ରେଳ ବିଭାଗ ଅଧିକାରୀ ତଥା ଟେକନିସିଆନମାନେ ଉପସ୍ଥିତ ରହି ସମସ୍ତ ଘଟଣାର ଯାଞ୍ଚ କରିଥିଲେ I
ସୂଚନା ଅନୁସାରେ, 22895/22896 ହାୱଡ଼ା-ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଆଜି ପାଇଁ ବାତିଲ୍ ହୋଇଛି। ସିଙ୍ଗଲ ଲାଇନ୍ ଯୋଗୁଁ ଅନ୍ୟ ଟ୍ରେନ୍ ସବୁ ଅଟକି ରହିଛି ।କନେକ୍ଟିଂ ବନ୍ଦେ ଭାରତ ବିଳମ୍ବ ଚାଲୁ ଥିବାରୁ ଏବଂ ସମୟ ଖାପ ଖୁଆଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ରେଲ୍ୱେ ପକ୍ଷରୁ ସୂଚନା ଦିଆଯାଇଛି।




