୧୮ରେ ଗଡ଼ିବ ପୁରୀ-ହାଓ୍ଵାଡା ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର : ଆସନ୍ତା ୧୮ ତାରିଖ ମଧ୍ୟାହ୍ନରେ ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ ହେବ । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଏହାର ଲୋକାର୍ପଣ ୧୫ ତାରିଖରେ ହେବାର ଥିଲା । ପରେ ଏହାକୁ ୧୮ ତାରିଖକୁ ବଦଳାଯାଇଛି । ଟ୍ରାଏଲ ରନ ସଫଳତାର ସହ ଶେଷ ହେବା ପରେ ଏବେ ନିୟମିତ ଭାବେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ ରୂପରେଖ ପ୍ରସ୍ତୁତ ହୋଇଛି । ଘଣ୍ଟାପ୍ରତି ୧୩୦ […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତା ୧୮ ତାରିଖ ମଧ୍ୟାହ୍ନରେ ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ ହେବ । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଏହାର ଲୋକାର୍ପଣ ୧୫ ତାରିଖରେ ହେବାର ଥିଲା । ପରେ ଏହାକୁ ୧୮ ତାରିଖକୁ ବଦଳାଯାଇଛି । ଟ୍ରାଏଲ ରନ ସଫଳତାର ସହ ଶେଷ ହେବା ପରେ ଏବେ ନିୟମିତ ଭାବେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ ରୂପରେଖ ପ୍ରସ୍ତୁତ ହୋଇଛି । ଘଣ୍ଟାପ୍ରତି ୧୩୦ କିଲୋମିଟର ବେଗରେ ଦୌଡୁଥିବା ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଚଳାଚଳ ସଫଳତାର ସହ ଶେଷ ହୋଇଛି ।

ସେପଟେ ପୁରୀରେ ଅନୁଷ୍ଠିତ ଥିବା ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ବନ୍ଦେ ଭାରତ ଏକ୍ସପ୍ରେସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିପାରନ୍ତି ମୋଦି । ଏନେଇ ସୂଚନା ଦେଇଥିଲେ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ମୋଦିଙ୍କ ଓଡ଼ିଶା ଗସ୍ତ ନେଇ କୌଣସି ତାରିଖ ସ୍ଥିର ହୋଇନି । କିନ୍ତୁ ସ୍ନାନପୂର୍ଣ୍ଣମୀ ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିପାରନ୍ତି ବୋଲି ପୃଥ୍ୱୀରାଜ କହିଛନ୍ତି ।

Tags: