ଓଡ଼ିଶାରେ ଗଡିବ ଆଉ ୩ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଭୁବନେଶ୍ୱର : ରେଳ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ପାଇଁ ବଡ଼ ନିଷ୍ପତି I ରାଜ୍ୟରେ ଗଡିବ ଆଉ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଓଡ଼ିଶାରେ ଗଡିବାକୁ ଥିବା ୩ଟି ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟରୁ ଗୋଟିଏ ବନ୍ଦେ ଭାରତ ହାୱଡ଼ାରୁ ସମ୍ବଲପୁର ଜଙ୍କସନ ହୋଇ ଚଳାଚଳ କରିବାକୁ ଥିବାବେଳେ ଅନ୍ୟଟି ରାଞ୍ଚି ଭୁବନେଶ୍ବର ମଧ୍ୟରେ ଏବଂ ବିଶାଖାପାଟଣା ଭାୟା ରାୟଗଡ଼ା ଦେଇ ରାଉରକେଲାକୁ ଅନ୍ୟ ଏକ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ […]

Samaya Live Picture
Published On

ଭୁବନେଶ୍ୱର : ରେଳ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ପାଇଁ ବଡ଼ ନିଷ୍ପତି I ରାଜ୍ୟରେ ଗଡିବ ଆଉ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଓଡ଼ିଶାରେ ଗଡିବାକୁ ଥିବା ୩ଟି ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟରୁ ଗୋଟିଏ ବନ୍ଦେ ଭାରତ ହାୱଡ଼ାରୁ ସମ୍ବଲପୁର ଜଙ୍କସନ ହୋଇ ଚଳାଚଳ କରିବାକୁ ଥିବାବେଳେ ଅନ୍ୟଟି ରାଞ୍ଚି ଭୁବନେଶ୍ବର ମଧ୍ୟରେ ଏବଂ ବିଶାଖାପାଟଣା ଭାୟା ରାୟଗଡ଼ା ଦେଇ ରାଉରକେଲାକୁ ଅନ୍ୟ ଏକ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଛି। ରାଞ୍ଚି ଭୁବନେଶ୍ବର ବନ୍ଦେ ଭାରତ ଏକ୍ସପ୍ରେସ୍‌ ଦୁଇଦିନ ମୁରି, ଟାଟା ଏବଂ ବଡ଼ବିଲ ଦେଇ ଚାଲିବା ସମ୍ଭାବନା ରହିଥିବା ବେଳେ ଏହି ରେଳ ଫେରିବା ମାର୍ଗରେ କେନ୍ଦୁଝର ଭାୟା ବାଂଶପାଣି ଏବଂ ଚାଇବାସା ଦେଇ ଚଳାଚଳ କରିବ। ସେହିପରି ବାକି ୪ଦିନ ଭାୟା ମୁରି, ହିଞ୍ଜିଳି ଏବଂ ବାଲେଶ୍ବର ହୋଇ ଭୁବନେଶ୍ବରକୁ ଚଳାଚଳ କରିବ।

Tags: