୨୪ରୁ ଚାଲିବ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍
ଭୁବନେଶ୍ୱର : ଆସନ୍ତା ୨୪ ତାରିଖରୁ ଓଡ଼ିଶାରେ ଚାଲିବ ଦ୍ଵିତୀୟ ବନ୍ଦେ-ଭାରତ ଏକ୍ସପ୍ରେସ I ଏହା ପୁରୀ-ରାଉରକେଲା-କଟକ ଷ୍ଟେସନ ଦେଇ ଚଳାଚଳ କରିବ I ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ଭୁବନେଶ୍ୱର ଷ୍ଟେସନ୍ରୁ ଉଦ୍ଘାଟନ କରିବେ । ଦକ୍ଷିଣପୂର୍ବ ରେଳପଥ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ଏନେଇ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ପୁରୀ-ରାଉରକେଲା ବନ୍ଦେ ଭାରତ ଟ୍ରେନ୍ ସପ୍ତାହକୁ ୬ ଦିନ ଚାଲିବ । ଏହା ସକାଳ ୫ଟାରୁ ପୁରୀ ଷ୍ଟେସନରୁ ଛାଡିବାକୁ ଥିବା […]
ଭୁବନେଶ୍ୱର : ଆସନ୍ତା ୨୪ ତାରିଖରୁ ଓଡ଼ିଶାରେ ଚାଲିବ ଦ୍ଵିତୀୟ ବନ୍ଦେ-ଭାରତ ଏକ୍ସପ୍ରେସ I ଏହା ପୁରୀ-ରାଉରକେଲା-କଟକ ଷ୍ଟେସନ ଦେଇ ଚଳାଚଳ କରିବ I ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ଭୁବନେଶ୍ୱର ଷ୍ଟେସନ୍ରୁ ଉଦ୍ଘାଟନ କରିବେ । ଦକ୍ଷିଣପୂର୍ବ ରେଳପଥ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ଏନେଇ ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ, ପୁରୀ-ରାଉରକେଲା ବନ୍ଦେ ଭାରତ ଟ୍ରେନ୍ ସପ୍ତାହକୁ ୬ ଦିନ ଚାଲିବ । ଏହା ସକାଳ ୫ଟାରୁ ପୁରୀ ଷ୍ଟେସନରୁ ଛାଡିବାକୁ ଥିବା ବେଳେ ଦିନ ୧୨ଟା ୪୫ ମିନିଟରେ ରାଉରକେଲା ଷ୍ଟେସନରେ ପହଞ୍ଚିବ।
ସେହିପରି ଫେରିବା ବାଟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଅପରାହ୍ନ ୨ଟା ୧୦ରେ ରାଉଲକେଲା ଛାଡ଼ିବ ଓ ରାତି ୯ଟା ୪୦ ମିନିଟରେ ପୁରୀ ଷ୍ଟେସନରେ ପହଞ୍ଚିବ। ଏହି ଟ୍ରେନଟି ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଳପୁର ସିଟି ଓ ଝାରସୁଗୁଡା ଷ୍ଟେସନରେ ରହଣି କରିବ।
ଏହି ଟ୍ରେନରେ ମୋଟ୍ ୮ଟି କୋଚ୍ ରହିଛି । ଆଗ ଓ ପଛରେ ଡ୍ରାଇଭର କ୍ୟାବିନ୍ ସହ ରହିଥିବା କୋଚ୍ ଦୁଇଟି ୪୪ କରି ମୋଟ୍ ୮୮ଟି ସିଟ୍ ରହିଛି । ଗୋଟିଏ କୋଚ୍ ଏକ୍ସିକ୍ୟୁଟିଭ୍ କ୍ଲାସ୍ର ଅଛି । ଏଥିରେ ୫୨ଟି ସିଟ୍ ଅଛି । ଏହାକୁ ବାଦ୍ ଦେଲେ ୭୮ ସିଟ୍ ବିଶିଷ୍ଟ ୫ଟି କୋଚ୍ ରହିଛି । ଏଭଳି ମୋଟ୍ ୫୩୦ଟି ସିଟ୍ର ବ୍ୟବସ୍ଥା ଟ୍ରେନ୍ରେ ରହିଛି । ଏହି ଟ୍ରେନ୍ ଭୋର୍ ୫ଟାରେ ପୁରୀ ଛାଡ଼ି ସକାଳ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ । ଦିନ ୨ଟା ୧୦ରେ ରାଉରକେଲାରୁ ବାହାରି ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ । କଟକ ଷ୍ଟେସନ୍ ଦେଇ ଏହି ଗାଡ଼ି ଚାଲୁଥିବାରୁ ସହରବାସୀ ଖୁସିବ୍ୟକ୍ତ କରିଛନ୍ତି । ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
୨୪ରେ ପ୍ରଧାନମନ୍ତ୍ରୀ ମୋଦିଜୀ ଭର୍ଚୁଆଲ୍ରେ ଏହାର ଉଦ୍ଘାଟନ କରିବେ। ରେଳମନ୍ତ୍ରୀ ଭୁବନେଶ୍ୱର ଷ୍ଟେସନ୍ରେ ରହିବେ ଓ ରାଉରକେଲା ପର୍ଯ୍ୟନ୍ତ ବିଭିନ୍ନ ଷ୍ଟେସନରେ ସ୍ଥାନୀୟ ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହିବେ। କଟକରେ ମଧ୍ୟ ଅନରୂପ ବ୍ୟବସ୍ଥା କରାଯାଉଥିବା ରେଳବାଇ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।




