କଳାହାଣ୍ଡିର ଉତ୍କେଲା ବିମାନବନ୍ଦରକୁ ମିଳିଲା ଡିଜିସିଏ ପକ୍ଷରୁ ଅନୁମତି

ଭବାନୀପାଟଣା : ଖୁବଶୀଘ୍ର ଭୁବନେଶ୍ୱରରୁ ଉତ୍କେଲା ମଧ୍ୟରେ ଆରମ୍ଭ ହେବ ବିମାନ ସେବା I କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲାରେ ଥିବା ବିମାନ ବନ୍ଦରକୁ ଦିଲ୍ଲୀସ୍ଥିତ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ (ଡିଜିସିଏ) ପକ୍ଷରୁ ଅନୁମତି ମିଳିଛି। ଗତମାସରେ ଡିଜିସିଏ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରି ଯାଇଥିଲେ I ସୋମବାର ଡିଜିସିଏ ପକ୍ଷରୁ ଉତ୍କେଲାରୁ ବିମାନ ଚଳାଚଳ ନେଇ ସବୁଜ ସଂକେତ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି। ସେ […]

Samaya Live Picture
Published On

ଭବାନୀପାଟଣା : ଖୁବଶୀଘ୍ର ଭୁବନେଶ୍ୱରରୁ ଉତ୍କେଲା ମଧ୍ୟରେ ଆରମ୍ଭ ହେବ ବିମାନ ସେବା I କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲାରେ ଥିବା ବିମାନ ବନ୍ଦରକୁ ଦିଲ୍ଲୀସ୍ଥିତ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ (ଡିଜିସିଏ) ପକ୍ଷରୁ ଅନୁମତି ମିଳିଛି। ଗତମାସରେ ଡିଜିସିଏ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରି ଯାଇଥିଲେ I

ସୋମବାର ଡିଜିସିଏ ପକ୍ଷରୁ ଉତ୍କେଲାରୁ ବିମାନ ଚଳାଚଳ ନେଇ ସବୁଜ ସଂକେତ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ଲାଇସେନ୍ସ ମିଳିବା ପରେ ଖୁବ୍‌ ଶୀଘ୍ର ଉତ୍କେଲାରୁ ଭୁବନେଶ୍ବରକୁ ବିମାନ ଉଡ଼ିବ। ଏହା ଦ୍ବାରା ଏହି ଅଞ୍ଚଳର ବ୍ୟବସାୟ ଓ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ।

ସୂଚନାନୁସାରେ,ଉତ୍କେଲା ବିମାନବନ୍ଦରଟି ୬୧ ବର୍ଷ ପୂର୍ବେ ସ୍ଥାପିତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏଠାରେ ବିମାନ ଉଦଙ୍କ ଅନୁମତି ମିଳିପାରି ନଥିଲା I ବର୍ତ୍ତମାନ ଜମି ଅଧିଗ୍ରହଣ ପ୍ରାୟ ସରି ଯାଇଥିବା ବେଳେ ଉଡାଣ ପାଇଁ ପ୍ରାୟ ସମସ୍ତ କାର୍ଯ୍ୟ ସମାପ୍ତ ହୋଇଛି। ଆଜି ଦିଲ୍ଲୀ ଡିଜିସିଏରୁ ଅନୁମତି ମିଳିବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

ପ୍ରଥମ ପର୍ଯ୍ୟାୟରେ ଉତ୍କେଲାରୁ ଭୁବନେଶ୍ବରୁ ଉଡ଼ାଣ ପାଇଁ ଅନୁମତି ମିଳିଥିବା ଜଣାପଡ଼ିଛି। କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି । ଏହା ସହିତ କଳାହାଣ୍ଡିର ପରିଚୟ ମଧ୍ୟ ବଦଳିଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ କଳାହାଣ୍ଡି ନୂଆ ପରିଚୟ ପାଇଛି । କଳାହାଣ୍ଡିବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର I

Tags: