ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷାଫଳ

ଭୁବନେଶ୍ୱର : ପ୍ରକାଶ ପାଇଛି ୟୁପିଏସସି ରେଜଲ୍ଟ । ଏଥର ମଧ୍ୟ ବାଜି ମାରିଛନ୍ତି ଝିଅ I ପ୍ରଥମ ଚାରିଟି ସ୍ଥାନରେ ରହିଛନ୍ତି ଛାତ୍ରୀମାନେ । ସର୍ବଭାରତୀୟ ସ୍ତରରେ ଟପ୍ କରିଛନ୍ତି ଇଶିତା କିଶୋର । ଦ୍ୱିତୀୟ ସ୍ଥାନରେ ଗରିମା ଲୋହିଆ । ତୃତୀୟ ସ୍ଥାନରେ ଅଛନ୍ତି ଉମା ହର୍ଷିଥି ଏନ୍ । ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ରା ଅଛନ୍ତି । ପ୍ରଥମ ୧୦ଟି ସ୍ଥାନରେ ୬ ଜଣ ଝିଅ ଅଛନ୍ତି । ଓଡିଆ ଝିଅ କସ୍ତୁରୀ […]

Samaya Live Picture
Published On

ଭୁବନେଶ୍ୱର : ପ୍ରକାଶ ପାଇଛି ୟୁପିଏସସି ରେଜଲ୍ଟ । ଏଥର ମଧ୍ୟ ବାଜି ମାରିଛନ୍ତି ଝିଅ I ପ୍ରଥମ ଚାରିଟି ସ୍ଥାନରେ ରହିଛନ୍ତି ଛାତ୍ରୀମାନେ । ସର୍ବଭାରତୀୟ ସ୍ତରରେ ଟପ୍ କରିଛନ୍ତି ଇଶିତା କିଶୋର । ଦ୍ୱିତୀୟ ସ୍ଥାନରେ ଗରିମା ଲୋହିଆ । ତୃତୀୟ ସ୍ଥାନରେ ଅଛନ୍ତି ଉମା ହର୍ଷିଥି ଏନ୍ । ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ରା ଅଛନ୍ତି । ପ୍ରଥମ ୧୦ଟି ସ୍ଥାନରେ ୬ ଜଣ ଝିଅ ଅଛନ୍ତି । ଓଡିଆ ଝିଅ କସ୍ତୁରୀ ପଣ୍ଡା ଆଇଏଏସ୍ ଲିଷ୍ଟର ୬୭ ତମ ସ୍ଥାନରେ ରହିଛନ୍ତି ।

ସେହିପରି ୩୩ତମ ସ୍ଥାନରେ ଥରୁଣ ପଟ୍ଟନାୟକ ମାଦଳା,୩୮- ଅନୁପ ଦାସ,୪୨- ପ୍ରଣିତା ଦାସ, ୫୬- ଅର୍ଣ୍ଣବ ମିଶ୍ର,୫୮- ଦୀକ୍ଷିତା ଯୋଶୀ,୬୬- କ୍ରିତକା ମିଶ୍ର,୬୭- କସ୍ତୁରୀ ପଣ୍ଡା । ୭୩-ପଲ୍ଲବୀ ମିଶ୍ର,୯୭- ପ୍ରଶାନ୍ତ ରାଜ,୧୦୬- ସିଦ୍ଧାର୍ଥ ମିଶ୍ର ,୧୩୬-ସୌମ୍ୟରଂଜନ ଦାସ,୧୪୦- ସୋନାଲି ମିଶ୍ର ,୧୬୨- ଦୁର୍ଗା ପ୍ରସାଦ ଅଧିକାରୀ,୨୨୬- ଗୌରବ କୁମାର ତ୍ରିପାଠୀ,୨୬୧- ସତ୍ୟ ପ୍ରକାଶ ମିଶ୍ର ,୩୩୪-ଆୟୂଷୀ ପ୍ରଧାନ,୩୬୩- ଦିବ୍ୟା ଜୈନ୍‌, ୩୩୬- ଉତ୍କର୍ଷ ତ୍ରିପାଠୀ ରହିଥିବାବେଳେ ୫୧୬-ତେଜସ୍ବିନୀ ବେହେରା ରହିଛନ୍ତି ।

ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ୨୦୨୨ ପାଇଁ ଗତ ବର୍ଷ ସେପ୍ଟେମ୍ବର ମାସରେ ଲିଖିତ ପରୀକ୍ଷା ଆୟୋଜିତ ହୋଇଥିଲା । ଏହାପରେ ଚଳିତ ବର୍ଷ ଜାନୁଆରୀ- ମେ ମାସ ମଧ୍ୟରେ ୨୫୨୯ ପରୀକ୍ଷାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା । ଏହି ପରୀକ୍ଷାରେ ମୋଟ ୯୩୩ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ପ୍ରକାଶିତ ଫଳାଫଳ ଅନୁଯାୟୀ, ୧୮୦ଜଣ ଆଇଏଏସ, ୩୮ ଜଣ ଆଇଏଫଏସ ଏବଂ ୨୦୦ ଜଣ ଆଇପିଏସ ଭାବେ କୃତକାର୍ଯ୍ୟ ହୋଇଛନ୍ତି ।

Tags: