ଆତଙ୍କ ଖେଳାଇଛି ଅସ୍ୱାଭାବିକ ମୃତ୍ୟୁ, ୭୨ ଘଣ୍ଟାରେ ଗଲାଣି ୯୯ ଜୀବନ

ସୁନ୍ଦରଗଡ଼ : ପଶ୍ଚିମ ଓଡ଼ିଶାରେ ବଢୁଛି ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା I ଗତ ୭୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ୯୯ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ସେଥିରୁ ୨୦ଟି ଅଂଶୁଘାତ ଜନିତ ମୃତ୍ୟୁ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ରାଜ୍ୟରେ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି I ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛନ୍ତି ପଶ୍ଚିମ ଓଡ଼ିଶାବାସୀ । ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା,ବଲାଙ୍ଗିର ଭଳି ଜିଲ୍ଲାରେ […]

Samaya Live Picture
Published On

ସୁନ୍ଦରଗଡ଼ : ପଶ୍ଚିମ ଓଡ଼ିଶାରେ ବଢୁଛି ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା I ଗତ ୭୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ୯୯ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ସେଥିରୁ ୨୦ଟି ଅଂଶୁଘାତ ଜନିତ ମୃତ୍ୟୁ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

ରାଜ୍ୟରେ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି I ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛନ୍ତି ପଶ୍ଚିମ ଓଡ଼ିଶାବାସୀ । ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା,ବଲାଙ୍ଗିର ଭଳି ଜିଲ୍ଲାରେ ବଢିଚାଲିଛି ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା I ଅସ୍ୱାଭାବିକ ଭାବେ ଲୋକଙ୍କ ଜୀବନ ଯାଇଛି। ଏହି ଘଟଣା ପରେ ସତର୍କ ସୂଚନା ମୂଳକ ଭାବେ ପିକ୍ ସମୟରେ କାମ କରିବାକୁ ବାରଣ କରିଛନ୍ତି SRC ।

ଅନ୍ୟପଟେ ରାଉରକେଲା ସହରରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଅଂଶୁଘାତ ଜନିତ । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ। ୪ ଜଣଙ୍କର ମୃତଦେହକୁ ସେମାନଙ୍କ ପରିବାର ଲୋକେ ନେଇଯାଇଥିବାରୁ ବ୍ୟବଚ୍ଛେଦ ହୋଇପାରିନି । ଅବଶିଷ୍ଟ ସମସ୍ତ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ରାଉରକେଲା ତହସିଲଦାର ଓ ମେଡିକାଲ ଟିମ୍ ଏନେଇ ତଦନ୍ତ କରୁଛନ୍ତି । ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ଆଉ ରୋଗୀ ସଂଖ୍ୟା ବୃଦ୍ଧି ହୋଇନାହିଁ । ଏସବୁ ଭିତରେ ରାଜ୍ୟବ୍ୟାପୀ ଆସିଥିବା ୧୪୧ଟି ଅଭିଯୋଗ ମଧ୍ୟରୁ ୨୬ ଜଣଙ୍କ ମୃତ୍ୟୁ କେବଳ ଅଂଶୁଘାତଜନିତ ବୋଲି SRCଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବାକି ୮ଜଣଙ୍କ ଅନ୍ୟ କାରଣରୁ ମୃତ୍ୟୁ ଘଟିଛି। ୧୦୭ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଉପରେ ଜିଲାପାଳମାନଙ୍କ ଦ୍ବାରା ଯୁଗ୍ମ କମିଟି ମାଧ୍ୟମରେ ତଦନ୍ତ ଜାରି ରହିଛି। ଗତ ୩୦ ତାରିଖ ଟାଣଖରାରେ ଅଂଶୁଘାତ ଜନିତ ମୃତ୍ୟୁ ନେଇ ୪୨ଟି ଅଭିଯୋଗ ଆସିଥିଲା। ଏଥିରୁ ୬ ଜଣଙ୍କ ଅଂଶୁଘାତ କାରଣରୁ ମୃତ୍ୟୁ ହୋଇଛି ବୋଲି ସରକାରୀ ଭାବେ ସ୍ପଷ୍ଟ କରାଯାଇଛି।

ସେହିପରି ରବିବାର ଅପରାହ୍ନରେ ପତ୍ର ଗୋଟାଇବାକୁ ଯାଇଥିବାବେଳେ କାଳବୈଶାଖୀ ଯୋଗୁଁ ବଜ୍ରପାତ ଘଟି ରାୟଗଡ଼ା ସଦର ବ୍ଲକର କାରୁବାଇ ଓ ମିରାବାଲି ଗ୍ରାମର ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିରାବାଲି ଗ୍ରାମ ପଞ୍ଚାୟତ ସଦର ମିରାବାଲି ଗ୍ରାମର ସୀତାଇ ଜିଲାକାରା(୪୫) ଏବଂ କାରୁବାଇ ଗ୍ରାମ ପଞ୍ଚାୟତର ସଦର କାରୁବାଇ ଗ୍ରାମର ମୁଟୁକା ମାଣ୍ଡାଙ୍ଗି(୪୫)ଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନାନୁସାରେ,ଚଳିତବର୍ଷ ପଶ୍ଚିମ ଓଡ଼ିଶାରେ ହୋଇଥିଲା ଅଗ୍ନିଵର୍ଷା I ସେଠାରେ ପାରଦ ୪୭ଡିଗ୍ରୀ ଟପିଥିବା ବେଳେ ଗତକାଲି ତାହା ୪୨ ଡିଗ୍ରୀକୁ ଖସି ଆସିଛି। ରବିବାର ଦିନ ୪୨.୫ ଡିଗ୍ରୀ ତାପମାତ୍ରସହ ଟିଟିଲାଗଡ ରାଜ୍ୟର ସବୁଠାରୁ ଉତପ୍ତ ସହର ପାଲଟିଥିଲା । ସେହିପରି ସୁବର୍ଣ୍ଣପୁର ୪୨.୩, ବଲାଙ୍ଗିର ୪୨.୩, ବୌଦ୍ଧ ୪୨.୧, ନୂଆପଡା ଓ ଭବାନୀପାଟଣା ୪୦.୫, ଝାରସୁଗୁଡା ୪୦.୪ ଏବଂ ସମ୍ବଲପୁରରେ ୪୦ ଡିଗ୍ରୀ ରେକର୍ଡ ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ୨ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମପ୍ରବାହ। ଉପକୂଳ ଓଡିଶାରେ ୪ ଦିନ ଗୁଳୁଗୁଳି ଲାଗିରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

Tags: