ୟୁନିଟ-୯ ବାଳିକା ବିଦ୍ୟାଳୟ ମିଶ୍ରଣକୁ ବିରୋଧ,ଗେଟରେ ତାଲା ପକାଇଲେ ଛାତ୍ରୀ

ଭୁବନେଶ୍ୱର : ୟୁନିଟ୍ ୯ବାଳିକା ବିଦ୍ୟାଳୟକୁ ୟୁନିଟ୍ ୯ ବାଳକ ବିଦ୍ୟାଳୟ ସହିତ ମିଶ୍ରଣକୁ ବିରୋଧ କରିଛନ୍ତି ଛାତ୍ରୀ I ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରି ଗେଟରେ ତାଲା ପକାଇ ଆଜି ସକାଳେ ଧାରଣାରେ ବସିଛନ୍ତି ୟୁନିଟ୍ ୯ ବାଳିକା ହାଇସ୍କୁଲ୍‌ ଛାତ୍ରୀ। ଆନ୍ଦୋଳନରତ ଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିବାକୁ ଭୁବନେଶ୍ୱର ବିଇଓ ପ୍ରଜ୍ଞା ପରମିତା ଜେନା ଆସିଥିଲେ। ଏହି ସମୟରେ ‘ଆମ ସ୍କୁଲ୍‌ ଅନ୍ୟ କାହା ସହ ମିଶ୍ରଣ ହେବ ନାହିଁ’ […]

Samaya Live Picture
Published On

ଭୁବନେଶ୍ୱର : ୟୁନିଟ୍ ୯ବାଳିକା ବିଦ୍ୟାଳୟକୁ ୟୁନିଟ୍ ୯ ବାଳକ ବିଦ୍ୟାଳୟ ସହିତ ମିଶ୍ରଣକୁ ବିରୋଧ କରିଛନ୍ତି ଛାତ୍ରୀ I ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରି ଗେଟରେ ତାଲା ପକାଇ ଆଜି ସକାଳେ ଧାରଣାରେ ବସିଛନ୍ତି ୟୁନିଟ୍ ୯ ବାଳିକା ହାଇସ୍କୁଲ୍‌ ଛାତ୍ରୀ। ଆନ୍ଦୋଳନରତ ଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିବାକୁ ଭୁବନେଶ୍ୱର ବିଇଓ ପ୍ରଜ୍ଞା ପରମିତା ଜେନା ଆସିଥିଲେ। ଏହି ସମୟରେ ‘ଆମ ସ୍କୁଲ୍‌ ଅନ୍ୟ କାହା ସହ ମିଶ୍ରଣ ହେବ ନାହିଁ’ ବୋଲି ନାରା ଦେଇଥିଲେ ଛାତ୍ରୀ I

ଦୀର୍ଘ ୫୭ ବର୍ଷ ଧରି ନାରୀଶିକ୍ଷାର ପ୍ରାଣକେନ୍ଦ୍ର ପାଲଟିଥିବା ଏହି ହାଇସ୍କୁଲ ୟୁନିଟ୍ -୯ ହାଇସ୍କୁଲ ସହ ମିଶ୍ରଣ ହେବା ଦ୍ୱାରା ଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେବ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ତେବେ ଆଜି ଆନ୍ଦୋଳନରେ ବସିବାର କିଛି ସମୟ ପରେ ଅସହ୍ୟ ଗୁଳୁଗୁଳି ଯୋଗୁଁ କିଛି ଛାତ୍ରୀ ଚେତାଶୂନ ହୋଇଯାଇଥିବା ଜଣାପଡ଼ିଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ,ରାଜଧାନୀର ୟୁନିଟ୍ ୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ରମା ଦେବୀ ଜୁନିଅର କଲେଜ୍ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଏଠାରେ ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ବିଭାଗର ପାଠପଢ଼ା ହେବ। ଏନେଇ ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦଶାଳୟର ନିର୍ଦ୍ଦେଶକ। ତେବେ ସେଠାରେ ଲ୍ୟାବ୍ ନଥିବାରୁ ବିଜ୍ଞାନ ବିଭାଗର ଛାତ୍ରୀମାନେ ରମା ଦେବୀ ବିଦ୍ୟାଳୟରେ ପଢ଼ିବେ ବୋଲି ଜଣାଯାଇଛି।

Tags: