ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶା ପାଇଁ ନୂଆ ଯୁଗ: ଆମେରିକା ରାସ୍ତା ଭଳି ହେବ ଓଡ଼ିଶା ରାସ୍ତା

ଭୁବନେଶ୍ବର:ଓଡ଼ିଶାକୁ ଯୋଗାଯୋଗ କ୍ଷେତ୍ରରେ ଓଡ଼ିଆକୁ ଆଗକୁ ନେବାକୁ ବିଶ୍ୱାସ ଦେଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରି।ଓଡ଼ିଶାର ଭିତ୍ତିଭୂମି ବିଶ୍ଵସ୍ତରୀୟ ହେବ। ଆମେରିକୀୟ ରାସ୍ତା ସହିତ ସମକ୍ଷକ ହେବ ଓଡିଶାର ରାସ୍ତା। କେନ୍ଦ୍ରମନ୍ତ୍ରୀ କହିଛନ୍ତି ମୋଦି ସବୁବେଳେ ଭିତିଭୂମି ଉପରେ ଗୁରୁତ୍ବ ଦେଇଛନ୍ତି।2014 ପରଠୁ ମୋଦି ପ୍ରଧାନମନ୍ତ୍ରୀ ହେବା ପରଠୁ ଦେଶର ଭିତ୍ତିଭୁମି ବହୁ ଆଗକୁ ଯାଇଛି। 2014 ପୁର୍ବରୁ ବିଗତ 60 ବର୍ଷ ମଧ୍ଯରେ ଯେତିକି ସଂଯୋଗୀକରଣ ବିକାଶ ହେଇନି ତାହା ବର୍ଷ ମଧ୍ଯରେ କାମ […]

ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶା ପାଇଁ ନୂଆ ଯୁଗ: ଆମେରିକା ରାସ୍ତା ଭଳି ହେବ ଓଡ଼ିଶା ରାସ୍ତା
Samaya Live Picture
Published On

ଭୁବନେଶ୍ବର:ଓଡ଼ିଶାକୁ ଯୋଗାଯୋଗ କ୍ଷେତ୍ରରେ ଓଡ଼ିଆକୁ ଆଗକୁ ନେବାକୁ ବିଶ୍ୱାସ ଦେଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରି।ଓଡ଼ିଶାର ଭିତ୍ତିଭୂମି ବିଶ୍ଵସ୍ତରୀୟ ହେବ। ଆମେରିକୀୟ ରାସ୍ତା ସହିତ ସମକ୍ଷକ ହେବ ଓଡିଶାର ରାସ୍ତା। କେନ୍ଦ୍ରମନ୍ତ୍ରୀ କହିଛନ୍ତି ମୋଦି ସବୁବେଳେ ଭିତିଭୂମି ଉପରେ ଗୁରୁତ୍ବ ଦେଇଛନ୍ତି।2014 ପରଠୁ ମୋଦି ପ୍ରଧାନମନ୍ତ୍ରୀ ହେବା ପରଠୁ ଦେଶର ଭିତ୍ତିଭୁମି ବହୁ ଆଗକୁ ଯାଇଛି। 2014 ପୁର୍ବରୁ ବିଗତ 60 ବର୍ଷ ମଧ୍ଯରେ ଯେତିକି ସଂଯୋଗୀକରଣ ବିକାଶ ହେଇନି ତାହା ବର୍ଷ ମଧ୍ଯରେ କାମ ହୋଇଛି।ଓଡ଼ିଶା ବିକାଶରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି।ଅନେକ ସଡ଼କ ଯୋଜନାର ଲୋକାର୍ପଣ କହିଛନ୍ତି। ଓଡ଼ିଶାରେ ଗଡକରୀଙ୍କ ସଡ଼କକ୍ରାନ୍ତି ରେ ଓଡ଼ିଆ ଭିତ୍ତିଭୂମି କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇଛି ବୋଲି ଗଡକରୀ କହିଛନ୍ତି।
୪୦୦୦ କୋଟି ଟଙ୍କାରୁ ଅଧିକ ନିବେଶରେ ମୋଟ୍ ୧୫୪ କିମି ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଲୋକାର୍ପଣ ସମାରୋହକୁ ସମ୍ବୋଧିତ କରି ଶ୍ରୀ ଗଡ଼କରୀ କହିଛନ୍ତି, ପାଣି, ପରିବହନ, ଯୋଗାଯୋଗ ଭିତ୍ତିଭୂମିକୁ ବିକାଶ କରିବାକୁ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଡ଼କ ପଥ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦେଛନ୍ତି।
ଭୁବନେଶ୍ବରର ବରମୁଣ୍ଡାରେ ଆୟୋଜିତ ସଭାକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୨୦୧୪ ପୂର୍ବବର୍ତ୍ତୀ ୬୦ ବର୍ଷରେ ଯାହା ହୋଇ ନାହିଁ, ତାହା ବିଗତ ୧୧ ବର୍ଷରେ ହୋଇପାରିଛି। ଓଡ଼ିଶାରେ ୨ ଲକ୍ଷ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣ କାମ ଜାରି ରହିଛି। ଆଗାମୀ ୨ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ପୂରା କରିବୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Tags: