କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅସୁସ୍ଥ
ନୂଆଦିଲ୍ଲୀ : ପୁଣି ଅସୁସ୍ଥ ହେଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ସୋମବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ର ନ୍ୟୁ ପ୍ରାଇଭେଟ ୱାର୍ଡରେ ତାଙ୍କୁ ଭର୍ତି କରାଯାଇଛି । ଛାତି ରୋଗ ବିଭାଗର ମୁଖ୍ୟ ଡାକ୍ତର ଅନନ୍ତ ମୋହନଙ୍କ ତତ୍ତ୍ୱାବଧାନରେ ସେ ଚିକିତ୍ସିତ ହେଉଛନ୍ତି । ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ସୂଚନାନୁସାରେ,ଗତ ଶନିବାର ଦିନ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ […]
ନୂଆଦିଲ୍ଲୀ : ପୁଣି ଅସୁସ୍ଥ ହେଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ସୋମବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ର ନ୍ୟୁ ପ୍ରାଇଭେଟ ୱାର୍ଡରେ ତାଙ୍କୁ ଭର୍ତି କରାଯାଇଛି । ଛାତି ରୋଗ ବିଭାଗର ମୁଖ୍ୟ ଡାକ୍ତର ଅନନ୍ତ ମୋହନଙ୍କ ତତ୍ତ୍ୱାବଧାନରେ ସେ ଚିକିତ୍ସିତ ହେଉଛନ୍ତି । ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।
ସୂଚନାନୁସାରେ,ଗତ ଶନିବାର ଦିନ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ମୃତ୍ୟୁ ହୋଇଥିଲା । ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗୁରୁତର ଅସୁସ୍ଥ ଅବସ୍ଥାରେ ୯ ଦିନ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା ସତ୍ୱେ ଜୁଏଲ ଦିଲ୍ଲୀରୁ ଫେରି ଓଡ଼ିଶାରେ କେନ୍ଦୁଡ଼ିହି ସ୍ଥିତ ପତ୍ନୀଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ । ଏହାପରେ ସେ ସୋମବାର ଦିଲ୍ଲୀ ଯାଉଥିବାବେଳେ ପୁଣି ଥରେ ଅସୁସ୍ଥ ହୋଇ ପଡ଼ିଥିଲେ ।




