ଆସନ୍ତା କାଲି ୨ ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ଜେ.ପି.ନଡ୍ଡା

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା। ଅପରାହ୍ଣ ୧ଟାରେ ସେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଆସନ୍ତା କାଲି କଟକ ଯାଇ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତର ମେଗା କାର୍ଯ୍ୟକ୍ରମ ଶୁଭାରମ୍ଭ ହେବ । ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେବେ। କଟକକୁ ଛାଡ଼ି […]

ଆସନ୍ତା କାଲି ୨ ଦିନିଆ  ଓଡିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ଜେ.ପି.ନଡ୍ଡା
Samaya Live Picture
Published On

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା। ଅପରାହ୍ଣ ୧ଟାରେ ସେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ଆସନ୍ତା କାଲି କଟକ ଯାଇ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତର ମେଗା କାର୍ଯ୍ୟକ୍ରମ ଶୁଭାରମ୍ଭ ହେବ । ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେବେ। କଟକକୁ ଛାଡ଼ି ଆଉ ୧୨ ଜିଲ୍ଲାରେ ମଧ୍ୟ ଆୟୁଷ୍ମାନ ଭାରତର ଶୁଭାରମ୍ଭ ଉତ୍ସବ ହେବ । ଏହା ପରେ କଟକ ଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇନଷ୍ଟିଟ୍ୟୁଟ ଅଫ ପେଡିଆଟ୍ରିକ୍ସ ନୂଆ ବିଲ୍ଡିଂର ଲୋକାର୍ପଣ କରିବେ। ସେହିପରି ସିପେଟ୍ ଏବଂ ଭୁବନେଶ୍ଵର ଏମ୍ସକୁ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି ।ଶନିବାର ଅର୍ଥାତ ୧୨ ତାରିଖରେ ପୁରୀରେ ବିଜେପି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟନ କରିବେ। ସେ ୧୩ ତାରିଖ ସନ୍ଧ୍ୟା ଯାଏ ଓଡ଼ିଶାରେ ରହିବେ। ଏହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଭୁବନେଶ୍ବର ଏଏମ୍ସ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ବି ରହିଛି।

ସୂଚନାନୁସାରେ, ପୂର୍ବରୁ ରାଜ୍ୟ ସରକାର ଆସନ୍ତା ୧୧ ତାରିଖରେ ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଶୁଭାରମ୍ଭ କରାଯିବା ନେଇ ସୂଚନା ଦେଇଥିଲେ । ଦୀର୍ଘବର୍ଷର ଅପେକ୍ଷା ପରେ ଏହି ବହୁ ପ୍ରତୀକ୍ଷିତ କେନ୍ଦ୍ରୀୟ ଯୋଜନା ରାଜ୍ୟରେ ଲାଗୁ ହେବାକୁ ଯାଉଛି । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ ଲାଗୁ ହେବ । ଉଭୟ ସ୍ୱାସ୍ଥ୍ୟ ଯୋଜନାରେ ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକ ଉପକୃତ ହେବେ। ପରିବାର ପିଛା ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କାର କ୍ୟାସଲେସ୍‌ ଚିକିତ୍ସା ସୁବିଧା ମିଳିବ । ଦେଶର ୨୯ ହଜାର ଘରୋଇ ଓ ସରକାରୀ ହସ୍ପିଟାଲରେ ଏହି ଯୋଜନାରେ ଚିକିତ୍ସା ସୁବିଧା ମିଳିପାରିବ । ଦୁଇ ଯୋଜନା ଲାଗୁ ହେବା ପରେ ଆଉ ୬ ଲକ୍ଷ ନୂଆ ହିତାଧିକାରୀ ଏଥିରେ ଯୋଡ଼ି ହେବେ । ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା ଲାଗୁ କରାଯିବ । ସେମାନଙ୍କ ପରିବାରକୁ ସର୍ବାଧିକ ୧୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । ଯୋଜନା ଶୁଭାରମ୍ଭ ପାଇଁ ରାଜ୍ୟର ୧୪୩୮ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ । ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ବ୍ୟାପକ ସଚେଚନତା ଅଭିଯାନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି ।

 

Tags: