ହର ଘର ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଭୁବନେଶ୍ୱରରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କରିବେ । ଆଜି ସକାଳେ ଓଲ୍ଡ ଟାଉନ୍ ଗୋସାଗରେଶ୍ୱର ମନ୍ଦିର ଛକରେ ‘ହର ଘର ତିରଙ୍ଗା’ ଅଭିଯାନରେ ସାମିଲ୍ ହୋଇଛନ୍ତି । ଏହାପରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା-୫୦’ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ।ଲିଙ୍ଗରାଜ ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ଏକ କିଲୋମିଟର ଲମ୍ବ ତ୍ରିରଙ୍ଗାକୁ ଧରି […]

Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ୱରରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କରିବେ । ଆଜି ସକାଳେ ଓଲ୍ଡ ଟାଉନ୍ ଗୋସାଗରେଶ୍ୱର ମନ୍ଦିର ଛକରେ ‘ହର ଘର ତିରଙ୍ଗା’ ଅଭିଯାନରେ ସାମିଲ୍ ହୋଇଛନ୍ତି । ଏହାପରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା-୫୦’ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ।ଲିଙ୍ଗରାଜ ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ଏକ କିଲୋମିଟର ଲମ୍ବ ତ୍ରିରଙ୍ଗାକୁ ଧରି ଶୋଭାଯାତ୍ରାରେ ଯାଇଥିଲେ ବିଜେପି ନେତା ଓ କର୍ମୀ । କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ବିଜେପି ଓ ଜିଲ୍ଲା ବିଜେପିର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

Tags: