କେନ୍ଦ୍ରପଡ଼ାରେ ଦୁଇ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ୨୦୨୪ରେ ହେବାକୁ ଥିବା ନିର୍ବାଚନ ପାଇଁ ବିଜେପି ଏବେଠାରୁ କସରତ କଲାଣି । ଗତକାଲିଠାରୁ ୭ କେନ୍ଦ୍ର ମନ୍ତ୍ରୀ ଦୁଇ ଦିନିଆ ଓଡ଼ିଶା ଗ୍ରସ୍ତରେ ଅଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଦୁଇ କେନ୍ଦ୍ର ମନ୍ତ୍ରୀ କେନ୍ଦ୍ରାପଡ଼ାଠାରେ ପହଞ୍ଚିଛନ୍ତି । କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ନିଶିଥ ପାରାମାଣିକ ପହଞ୍ଚି କେନ୍ଦ୍ରାପଡ଼ା ଅଭିମୁଖେ ଯାଇଛନ୍ତି । […]
ଭୁବନେଶ୍ୱର: ଆସନ୍ତା ୨୦୨୪ରେ ହେବାକୁ ଥିବା ନିର୍ବାଚନ ପାଇଁ ବିଜେପି ଏବେଠାରୁ କସରତ କଲାଣି । ଗତକାଲିଠାରୁ ୭ କେନ୍ଦ୍ର ମନ୍ତ୍ରୀ ଦୁଇ ଦିନିଆ ଓଡ଼ିଶା ଗ୍ରସ୍ତରେ ଅଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଦୁଇ କେନ୍ଦ୍ର ମନ୍ତ୍ରୀ କେନ୍ଦ୍ରାପଡ଼ାଠାରେ ପହଞ୍ଚିଛନ୍ତି । କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ନିଶିଥ ପାରାମାଣିକ ପହଞ୍ଚି କେନ୍ଦ୍ରାପଡ଼ା ଅଭିମୁଖେ ଯାଇଛନ୍ତି । ସେଠାରେ ଦଳୀୟ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଉଭୟେ ସମୀକ୍ଷା କରିବେ । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନହିତକର ଯୋଜନାର କିଭଳି ରୂପାୟନ ହେଉଛି, ହିତାଧିକାରୀମାନଙ୍କ ପାଖରେ ଯୋଜନା ପହଞ୍ଚିଛି କି ନାହିଁ, ତୃଣମୂଳ ସ୍ତରରେ ସ୍ଥିତି କିପରି ରହିଛି ତାହା ଅନୁଧ୍ୟାନ କରାଯିବ ।
ସୂଚନା ଥାଉଯେ, ଗତକାଲିଠୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବିଶେ୍ୱଶ୍ୱର ଟୁଡୁ, ନିତ୍ୟାନନ୍ଦ ରାୟ ଓ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ସମେତ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ନିଶିଥ ପାରାମାଣିକ ଓଡ଼ିଶା ଗ୍ରସ୍ତରେ ଅଛନ୍ତି ।




