ଆଜି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର : ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବିରରେ ଭରପୂର ଉତ୍ସାହ ଦେଖିବାକୁ ମିଳିଛି । ଅପରାହ୍ନ ୩.୪୫ରେ ଝାରସୁଗୁଡ଼ା ଏୟାରପୋର୍ଟରେ ପହଁଚିବାପରେ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁର ଯିବାର କାର୍ଯ୍ୟକ୍ରମ ରହିଛି। ସୋନପୁର ସଭାରେ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧିତ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ। ପଶ୍ଚିମ ଓଡିଶା ଯେଉଁ ସଂସଦୀୟ କ୍ଷେତ୍ର ବଲାଙ୍ଗୀରର ଗୋଟିଏ ଆସନରୁ ଲଢିବା ପାଇଁ ବାଛିଛନ୍ତି ବିଜେଡି […]

Samaya Live Picture
Published On

ଭୁବନେଶ୍ୱର : ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବିରରେ ଭରପୂର ଉତ୍ସାହ ଦେଖିବାକୁ ମିଳିଛି । ଅପରାହ୍ନ ୩.୪୫ରେ ଝାରସୁଗୁଡ଼ା ଏୟାରପୋର୍ଟରେ ପହଁଚିବାପରେ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁର ଯିବାର କାର୍ଯ୍ୟକ୍ରମ ରହିଛି। ସୋନପୁର ସଭାରେ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧିତ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ।

ପଶ୍ଚିମ ଓଡିଶା ଯେଉଁ ସଂସଦୀୟ କ୍ଷେତ୍ର ବଲାଙ୍ଗୀରର ଗୋଟିଏ ଆସନରୁ ଲଢିବା ପାଇଁ ବାଛିଛନ୍ତି ବିଜେଡି ସୁପ୍ରିମୋ, ସେହି ସଂସଦୀୟ କ୍ଷେତ୍ରରୁ ବଡ଼ ରଣ ହୁଙ୍କାର ଦେବେ ଶାହା। ଏହାପରେ ପରେ ସଂଧ୍ୟା ୬.୧୦ରେ ଝାରସୁଗୁଡ଼ା ବିମାନବନ୍ଦରରୁ ବାହାରି ୬.୫୦ରେ ଭୁବନେଶ୍ବରରେ ପହଞ୍ଚିବେ । ସଂଧ୍ୟା ୭ଟା ୫ରେ ହୋଟେଲରେ ପହଞ୍ଚିବା ସହ ଦଳୀୟ କର୍ମୀଙ୍କ ସହ ମନ୍ଥନ କରିବାର କାର୍ଯ୍ୟକ୍ରମ ରହିଛି । ୨୪ ଲଢେଇ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରଣନୀତି । ଭୁବନେଶ୍ୱରରେ ଶାହଙ୍କ ରାତି ରହଣୀ କାର୍ଯ୍ୟକ୍ରମ ରହିଛି ।

Tags: