‘ମିଶନ ଶକ୍ତି ସ୍କୁଟର’ ଯୋଜନାରେ ମହିଳାଙ୍କୁ ମିଳିବ ସ୍କୁଟି
ଭୁବନେଶ୍ୱର : ମିଶନ ଶକ୍ତି ମହିଳାଙ୍କୁ ସ୍କୁଟି ଦେବେ ରାଜ୍ୟ ସରକାର I ପୁଣିଥରେ ରାଜ୍ୟସରକାରଙ୍କ ମହିଳାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି । ବଜେଟ ୨୦୨୩-୨୪ରେ ମିଶନ ଶକ୍ତିକୁ ପ୍ରାଧାନ୍ୟ ଦେଇ ସରକାର ୨,୫୫୪ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ସେହିପରି ମହିଳାଙ୍କ ଗମନାଗମନ ସଶକ୍ତିକରଣ ପାଇଁ ଆରମ୍ଭ ହେବାକୁ ଯାଉଛି ନୂଆ ଯୋଜନା । ଏହି ‘ମିଶନ ଶକ୍ତି ସ୍କୁଟର’ ଯୋଜନାରେ ମହିଳାଙ୍କୁ ମିଳିବ ସ୍କୁଟି । ଏହି ଯୋଜନା ଅଧିନରେ ଇମ୍ୟୁନିଟି ସପୋର୍ଟ ଷ୍ଟାପ […]
ଭୁବନେଶ୍ୱର : ମିଶନ ଶକ୍ତି ମହିଳାଙ୍କୁ ସ୍କୁଟି ଦେବେ ରାଜ୍ୟ ସରକାର I ପୁଣିଥରେ ରାଜ୍ୟସରକାରଙ୍କ ମହିଳାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି । ବଜେଟ ୨୦୨୩-୨୪ରେ ମିଶନ ଶକ୍ତିକୁ ପ୍ରାଧାନ୍ୟ ଦେଇ ସରକାର ୨,୫୫୪ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ସେହିପରି ମହିଳାଙ୍କ ଗମନାଗମନ ସଶକ୍ତିକରଣ ପାଇଁ ଆରମ୍ଭ ହେବାକୁ ଯାଉଛି ନୂଆ ଯୋଜନା । ଏହି ‘ମିଶନ ଶକ୍ତି ସ୍କୁଟର’ ଯୋଜନାରେ ମହିଳାଙ୍କୁ ମିଳିବ ସ୍କୁଟି । ଏହି ଯୋଜନା ଅଧିନରେ ଇମ୍ୟୁନିଟି ସପୋର୍ଟ ଷ୍ଟାପ ଓ ଇସି ସଦସ୍ୟଙ୍କୁ ମିଳିବ ସ୍କୁଟି । ସ୍କୁଟି କ୍ରୟ ପାଇଁ ନିଆଯାଇଥିବା ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତବ ଦିଆଯାଉଛି ।
ଏଥିପାଇଁ ବଜେଟରେ ମୋଟ ୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସେହିଭଳି ମିଶନ ଶକ୍ତି ପାଇଁ ୨ ହଜାର ୫୫୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହା ଗତ ଆର୍ôଥକ ବର୍ଷର ବ୍ୟୟ ବରାଦଠାରୁ ୨୭ ପ୍ରତିଶତ ଅଧିକ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଏହା ଶେଷ ପୁର୍ଣ୍ଣାଙ୍ଗ ବଜେଟ୍ । ଏହି ବଜେଟରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧିନରେ ୯ ଶହ ୯୬ କୋଟି ଟଙ୍କା, ମିଶନ ଶକ୍ତି କାର୍ଯ୍ୟକ୍ରମଅଧିନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ତାଙ୍କର ମହାସଂଘ ପାଇଁ ଆର୍ôଥକ ସହାୟତା ବାବଦରେ ୯ ଶହ ୮୯ କୋଟି ଟଙ୍କା, ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୩ଶହ ୨୦ କୋଟି ଟଙ୍କା, ଜିଲ୍ଲା ମାନଙ୍କରେ କ୍ଷୁଦ୍ର ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ ପାଇଁ ୧ ଶହ ୫୦ କୋଟି ଟଙ୍କା ଓବଂ ଏସଏଚଜିଙ୍କୁ ସୁଧ ରିହାତି ବାବଦରେ ୨ ଶହ ୨୦ କୋଟି ଟଙ୍କା ଅନ୍ତର୍ଭୁକ୍ତ ।




