ସୃଷ୍ଟି ହେବନି ଆଖି – ଆଇଏମଡି ଡିଜି

ଭୁବନେଶ୍ୱର : ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ଦାନା’ । ଭୀଷଣ ରୂପ ଧାରଣ କରି ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ସାମୁଦ୍ରିକ ଝଡ଼ । ତେବେ ବାତ୍ୟା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ରଖିଛନ୍ତି । ବାତ୍ୟା ‘ଦାନା’ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇବା ସମ୍ଭାବନା ରହିଛି । ପାରାଦୀପ ଠାରୁ ୨୦୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି । ଧାମରା ଠାରୁ ୨୪୦ କି.ମି. ଦୂରରେ କେନ୍ଦ୍ରୀଭୂତ […]

Samaya Live Picture
Published On

ଭୁବନେଶ୍ୱର : ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ଦାନା’ । ଭୀଷଣ ରୂପ ଧାରଣ କରି ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ସାମୁଦ୍ରିକ ଝଡ଼ । ତେବେ ବାତ୍ୟା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ରଖିଛନ୍ତି । ବାତ୍ୟା ‘ଦାନା’ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇବା ସମ୍ଭାବନା ରହିଛି । ପାରାଦୀପ ଠାରୁ ୨୦୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି । ଧାମରା ଠାରୁ ୨୪୦ କି.ମି. ଦୂରରେ କେନ୍ଦ୍ରୀଭୂତ । ଘଣ୍ଟା‌ପ୍ରତି ୧୨ କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’ ।

ବାତ୍ୟା ‘ଦାନା’ର ଆଖି ସୃଷ୍ଟି ହୋଇନି କି ହେବନି । ଦାନା ଭୀଷଣ ବାତ୍ୟାରେ ସୀମିତ ଥିବାରୁ ଆଖି ହୋଇନି । ଲ୍ୟାଣ୍ଡଫଲ୍ ପରେ ସାମାନ୍ୟ ରିକର୍ଭ କରିପାରେ ବାତ୍ୟା ‘ଦାନା’ । ଲ୍ୟାଣ୍ଡଫଲ୍‌ ବେଳେ ସମୁଦ୍ରରେ ଉଚ୍ଚ ଜୁଆର ଆସିପାରେ । କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଉପକୂଳରେ ଜୁଆର ଆସିବ । ଉକ୍ତ ୩ ଜିଲ୍ଲାରେ ୧ରୁ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ । ଜଗତସିଂହପୁର ଜିଲ୍ଲାରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ । ଉକ୍ତ ଜିଲ୍ଲାରେ ନଦୀ ମଧ୍ୟରେ ମଧ୍ୟ ଜୁଆର ମାଡ଼ିଯିବ । ନଦୀରେ ପ୍ରାୟ ୩ କି.ମି. ଉପର ଯାଏଁ ଜୁଆର ଆସିପାରେ ।

ଅନ୍ୟପଟେ କେନ୍ଦ୍ରାପଡା ତାଳଚୁଆରେ ଲ୍ୟାଣ୍ଡ କରିପାରେ ବୋଲି ଆକଳନ କରାଯାଉଛି । ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇସାରିଛି । ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଭିତରକନିକା- ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବାକୁ ନେଇ ପୂୁର୍ବରୁ ମଧ୍ୟ ଆକଳନ କରିସାରିଛି ପାଣିପାଗ ବିଭାଗ । ସମୁଦ୍ର ଉପକୂଳ ଯୋଗୁଁ ଏଠାରେ ଲ୍ୟାଣ୍ଡଫଲ କରିବା ନେଇ ଅଧିକ ସମ୍ଭାବନା ରହଇଥିବା ବିଭାଗୀ ପକ୍ଷରୁ କୁହାଯାଇଛି ।

Tags: