ବିଦ୍ୟୁତ ଆଘାତରେ ମାମୁଁ-ଭଣଜା ମୃତ

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଦଇସିଂ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଗ୍ରାମର ଥିବା ଆଦିବାସୀ ସାହିରେ ଛିଣ୍ଡିପଡିଥିବା ବିଦ୍ୟୁତ ତାର ମାଡ଼ିଦେବାରୁ ମାମୁଁ ଭଣଜାଙ୍କ ମୃତ୍ୟୁ ଘଟିଛି । ପ୍ରଥମେ ବିଦ୍ୟୁତ ତାରକୁ ଭଣଜା ମାଡି ଦେଇଥିଲା ତାଙ୍କୁ ବଞ୍ଚାଇବାକୁ ଯାଇ ମାମୁଁଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଦଇସିଂ ପଞ୍ଚାୟତ ଆଦିବାସୀ ସାହିରେ ୫ ବର୍ଷୀୟ ନବ ମୁଣ୍ଡା ଗାଁ […]

ବିଦ୍ୟୁତ ଆଘାତରେ ମାମୁଁ-ଭଣଜା ମୃତ
Samaya Live Picture
Published On

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଦଇସିଂ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଗ୍ରାମର ଥିବା ଆଦିବାସୀ ସାହିରେ ଛିଣ୍ଡିପଡିଥିବା ବିଦ୍ୟୁତ ତାର ମାଡ଼ିଦେବାରୁ ମାମୁଁ ଭଣଜାଙ୍କ ମୃତ୍ୟୁ ଘଟିଛି । ପ୍ରଥମେ ବିଦ୍ୟୁତ ତାରକୁ ଭଣଜା ମାଡି ଦେଇଥିଲା ତାଙ୍କୁ ବଞ୍ଚାଇବାକୁ ଯାଇ ମାମୁଁଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଦଇସିଂ ପଞ୍ଚାୟତ ଆଦିବାସୀ ସାହିରେ ୫ ବର୍ଷୀୟ ନବ ମୁଣ୍ଡା ଗାଁ ନିକଟରେ ମାଙ୍କଡ ଗୋଡାଉଥିଲେ । ଏହି ସମୟରେ ତଳେ ପଡ଼ିଥିବା ଏକ ବିଦ୍ୟୁତ୍ ତାର ସଂସ୍ପର୍ଶ ରେ ଆସି ତଳେ ପଡ଼ିଯାଇଥିଲା । ତାଙ୍କ ମାମୁଁ ନିଧି ମୁଣ୍ଡା ଭଣଜାକୁ ବଞ୍ଚାଇବା ପାଇଁ ଯାଇ ନିଜେ ମଧ୍ୟ ବିଦ୍ୟୁତ୍ ଆଘାତରେ ଟଳି ପଡ଼ିଥିଲେ । ସ୍ଥାନୀୟ ଲୋକେ ବିଦ୍ୟୁତ୍ ସଂଯୋଗ କାଟି ଦୁଇ ଜଣଙ୍କୁ ମେଡିକାଲ ଆଣିଥିଲେ । ଭଦ୍ରକ ମେଡିକାଲରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଛି ।

Tags: