ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ : ସକାଳୁ ୮ଟା ସୁଦ୍ଧା ରାଜଧାନୀର ପାରା ୩୨ ଡିଗ୍ରି

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ I ଅସହ୍ୟ ତାତି ସାଙ୍ଗକୁ ପ୍ରଚଣ୍ଡ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ରାଜ୍ୟବାସୀ । ସକାଳୁ ୮ ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୨ ଡିଗ୍ରୀ ପାର କରିଛି I ଏଠାରେ ଆର୍ଦ୍ରତା ୭୯ ପ୍ରତିଶତ ରହିଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି। ସେହିପରି ପୁରୀରେ ଆଦ୍ରତା ୮୭ ପ୍ରତିଶତ, ଗୋପାଳପୁରରେ ୮୪ ପ୍ରତିଶତ, ଚାନ୍ଦବାଲିରେ ୮୩ ପ୍ରତିଶତ, କେନ୍ଦୁଝରରେ ୮୦ ପ୍ରତିଶତ, ଭୁବନେଶ୍ୱର ଓ ପାରାଦୀପରେ ୭୯ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ I ଅସହ୍ୟ ତାତି ସାଙ୍ଗକୁ ପ୍ରଚଣ୍ଡ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ରାଜ୍ୟବାସୀ । ସକାଳୁ ୮ ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୨ ଡିଗ୍ରୀ ପାର କରିଛି I ଏଠାରେ ଆର୍ଦ୍ରତା ୭୯ ପ୍ରତିଶତ ରହିଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି। ସେହିପରି ପୁରୀରେ ଆଦ୍ରତା ୮୭ ପ୍ରତିଶତ, ଗୋପାଳପୁରରେ ୮୪ ପ୍ରତିଶତ, ଚାନ୍ଦବାଲିରେ ୮୩ ପ୍ରତିଶତ, କେନ୍ଦୁଝରରେ ୮୦ ପ୍ରତିଶତ, ଭୁବନେଶ୍ୱର ଓ ପାରାଦୀପରେ ୭୯ ପ୍ରତିଶତ ଆର୍ଦ୍ରତା ରହିଛି ।

ସେହିପରି ବାଲେଶ୍ୱରରେ ୭୮, ହୀରାକୁଦରେ ୭୦, ସମ୍ବଲପୁରରେ ୬୭ ଓ ଝାରସୁଗୁଡ଼ାରେ ୫୬ ପ୍ରତିଶତ ଆଦ୍ରତା ରେକର୍ଡ କରାଯାଇଛି । ଆଦ୍ରତା ଯୋଗୁଁ ଏସବୁ ସ୍ଥାନରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ସେହିପରି ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୨ ଦଶମିକ ୮ ଡିଗ୍ରୀ ରେକର୍ଡ କରାଯାଇଛି ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଆଜି ପଶ୍ଚିମ ଓଡ଼ିଶାର ୮ ଜିଲ୍ଲା ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପରୁ, ସୋନପୁର, ଅନୁଗୁଳ, ଦେବଗଡ଼, ବୌଦ୍ଧ ଓ ବଲାଙ୍ଗୀରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୮ ଡିଗ୍ରି ମଧ୍ୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଆଜି ଓ ଆସନ୍ତାକାଲି ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗର ପକ୍ଷରୁ କୁହାଯାଇଛି ।

Tags: