ଶ୍ରୀମନ୍ଦିର ପବେଶ ପଥରେ ଅସମ୍ଭାଳ ଭିଡ଼
ପୁରୀ:ଶ୍ରୀମନ୍ଦିର ପବେଶ ପଥରେ ଅସମ୍ଭାଳ ଭିଡ଼ I ଆଜି ସକାଳୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଅସମ୍ଭାଳ ଭିଡ଼ ପରିସ୍ଥିତି ଉପୁଜିଥିଲା । ଫଳରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଥିଲା । ଖରା ଓ ଗରମରେ ଲମ୍ବା ଲାଇନରେ ଠିଆ ହୋଇ ଅସହ୍ୟ ଯନ୍ତ୍ରଣା ଭୋଗିଥିଲେ ଶ୍ରଦ୍ଧାଳୁ I ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ଭକ୍ତଙ୍କ ପ୍ରବଳ ଭିଡ଼ ଓ ଠେଲାପେଲା ଯୋଗୁ ଜଣେ ମହିଳା ଭକ୍ତ ଆହତ ହୋଇଛନ୍ତି । ପଶ୍ଚିମ ଦ୍ୱାର […]
ପୁରୀ:ଶ୍ରୀମନ୍ଦିର ପବେଶ ପଥରେ ଅସମ୍ଭାଳ ଭିଡ଼ I ଆଜି ସକାଳୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଅସମ୍ଭାଳ ଭିଡ଼ ପରିସ୍ଥିତି ଉପୁଜିଥିଲା । ଫଳରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଥିଲା । ଖରା ଓ ଗରମରେ ଲମ୍ବା ଲାଇନରେ ଠିଆ ହୋଇ ଅସହ୍ୟ ଯନ୍ତ୍ରଣା ଭୋଗିଥିଲେ ଶ୍ରଦ୍ଧାଳୁ I ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ଭକ୍ତଙ୍କ ପ୍ରବଳ ଭିଡ଼ ଓ ଠେଲାପେଲା ଯୋଗୁ ଜଣେ ମହିଳା ଭକ୍ତ ଆହତ ହୋଇଛନ୍ତି ।
ପଶ୍ଚିମ ଦ୍ୱାର ଦେଇ କେବଳ ପୁରୀ ବାସିନ୍ଦାଙ୍କୁ ପ୍ରବେଶ ଅନୁମତି ରହିଛି। ହେଲେ ଆଜି କିଛି ସେବାୟତ କିଛି ଶ୍ରଦ୍ଧାଳୁଙ୍କୁ ଏହି ବାଟ ଦେଇ ପ୍ରବେଶ କରାଇଥିବା ଅଭିଯୋଗ ହୋଇଛି। ଏହାପରେ ଦେଖୁ ଦେଖୁ ଭିଡ଼ ଅଧିକ ବଢ଼ିଥିବା ଅଭିଯୋଗ ହେଉଛି । ପୂର୍ବରୁ ୪ ଦ୍ବାର ଖୋଲିବାକୁ ବାରମ୍ବାର ଦାବି ହୋଇଆସୁଥିଲେ ବି, ରାଜ୍ୟ ସରକାର କେବଳ ସିଂହଦ୍ବାରକୁ ଛାଡ଼ି ଅନ୍ୟ ୩ ଦ୍ବାର ଖୋଲୁନାହାନ୍ତି । ଯାହାର କରୁଣ ପରିଣତି ଆଜି ଦେଖିବାକୁ ମିଳିଥିଲା ।




