ଏଫଏମ କଲେଜରେ ୟୁଜିସିର ୪ ଜଣିଆ ଫାକ୍ଟ ଫାଇଣ୍ଡିଂ ଟିମ

ବାଲେଶ୍ୱର : ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣା । ତଦନ୍ତ ପାଇଁ ବାଲେଶ୍ୱର ରେ ଆସି ପହଁଚିଲେ ୟୁଜିସିର ୪ ଜଣିଆ ଫାକ୍ଟ ଫାଇଣ୍ଡିଂ ଟିମ । ଦିଲ୍ଲୀରୁ ଆସି କଲେଜରେ ପହଞ୍ଚିଛନ୍ତି ଟିମ । ପ୍ରଫେସର ରାଜକୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ଟିମ ଆସି ପହଞ୍ଚିଛି । ଟିମ ରେ ପ୍ରଫେସର ସୁଷମା ଯାଦବଙ୍କ ସହ ନିରଜା ଗୁପ୍ତା ଏବଂ ୟୁଜିସି ଯୁଗ୍ମ ସଚିବ ଅସୀମା ମଙ୍ଗଲ ଆସି ପହଞ୍ଚି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ, ଆଇସିସି […]

ଏଫଏମ କଲେଜରେ ୟୁଜିସିର ୪ ଜଣିଆ ଫାକ୍ଟ ଫାଇଣ୍ଡିଂ ଟିମ
Samaya Live Picture
Published On

ବାଲେଶ୍ୱର : ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣା । ତଦନ୍ତ ପାଇଁ ବାଲେଶ୍ୱର ରେ ଆସି ପହଁଚିଲେ ୟୁଜିସିର ୪ ଜଣିଆ ଫାକ୍ଟ ଫାଇଣ୍ଡିଂ ଟିମ । ଦିଲ୍ଲୀରୁ ଆସି କଲେଜରେ ପହଞ୍ଚିଛନ୍ତି ଟିମ । ପ୍ରଫେସର ରାଜକୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ଟିମ ଆସି ପହଞ୍ଚିଛି । ଟିମ ରେ ପ୍ରଫେସର ସୁଷମା ଯାଦବଙ୍କ ସହ ନିରଜା ଗୁପ୍ତା ଏବଂ ୟୁଜିସି ଯୁଗ୍ମ ସଚିବ ଅସୀମା ମଙ୍ଗଲ ଆସି ପହଞ୍ଚି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ, ଆଇସିସି ସଦସ୍ୟଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରୁଛନ୍ତି ।

ସେପଟେ ଆଜି ବି କଲେଜକୁ ଯାଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍‍ । ଆଜି ତଦନ୍ତକାରୀ ଅଧିକାରୀ ମାନେ କଲେଜରେ ପହଞ୍ଚି କିଛି ଛାତ୍ରଛାତ୍ରୀ ଓ ଅଧ୍ୟକ୍ଷକଙ୍କୁ ପଚରାଉଚାର କରିଛନ୍ତି । ଛାତ୍ରୀ ଜଣଙ୍କ ପେଟ୍ରୋଲ କେଉଁଠୁ ଆଣିଲେ, କିପରି ଭାବରେ ଢାଳି ହୋଇ ନିଆଁ ଲଗାଇଲେ ସେନେଇ ଖୋଳତାଡ ଜାରି ରହିଛି ।

ଅନ୍ୟପଟେ ସମ୍ବଲପୁର ଜିଏମ କଲେଜରେ ମଧ୍ୟ ଜାରି ରହିଛି ଛାତ୍ର ଅଶାନ୍ତି । ଉତ୍ତ୍ୟକ୍ତ ଛାତ୍ରମାନେ ଭିସିଙ୍କ ଚାମ୍ବରରେ ଧସେଇ ପଶିଥିଲେ । ଛାତ୍ରୀ ଅସଦାଚରଣ ଘଟଣାରେ ଆଡ଼ଭାଇଜୋରି ଜାରି କରିଛନ୍ତି କୁଳପତି । ICC ବୈଠକ ଡାକିଛନ୍ତି କୁଳପତି ।

Tags: