ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ
ଅନୁଗୁଳ : ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ । ପାଇଖାନା ଟାଙ୍କିରେ ପଶି ସେଣ୍ଟ୍ରି ଖୋଲିବା ବେଳେ ଆଜି ଦୁର୍ଘଟଣା ଘଟିଥିଲା । ଅନୁଗୁଳ ଜିଲ୍ଲା କିଶନନଗରରେ ଘଟିଛି ଏପରି ଅଘଟଣ । ମୃତ ୨ ଶ୍ରମିକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ ହୋଇଥିବା ସୂଚନା ମିଳିଛି। ମହିଳାଙ୍କ ନାଁ ରୀନା ମାହାର ଓ ପୁରୁଷଙ୍କ ନାଁ ଆରତ ମିର୍ଧା । ସୂଚନାନୁସାରେ,ଆଜି ଅନୁଗୁଳ ଜିଲ୍ଲା କିଶନନଗର […]
ଅନୁଗୁଳ : ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ । ପାଇଖାନା ଟାଙ୍କିରେ ପଶି ସେଣ୍ଟ୍ରି ଖୋଲିବା ବେଳେ ଆଜି ଦୁର୍ଘଟଣା ଘଟିଥିଲା । ଅନୁଗୁଳ ଜିଲ୍ଲା କିଶନନଗରରେ ଘଟିଛି ଏପରି ଅଘଟଣ । ମୃତ ୨ ଶ୍ରମିକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ ହୋଇଥିବା ସୂଚନା ମିଳିଛି। ମହିଳାଙ୍କ ନାଁ ରୀନା ମାହାର ଓ ପୁରୁଷଙ୍କ ନାଁ ଆରତ ମିର୍ଧା ।
ସୂଚନାନୁସାରେ,ଆଜି ଅନୁଗୁଳ ଜିଲ୍ଲା କିଶନନଗର ଥାନା ଧଉରାପାଲି ପଞ୍ଚାୟତ ବାଏଜା ଗାଁର ପ୍ରାଣବନ୍ଧୁ ବିଶ୍ୱାଳଙ୍କ ନୂଆ ତିଆରି ପାଇଖାନା ଟାଙ୍କିରେ ପଶି ସେଟ୍ରିଂ ଖୋଲିବା ବେଳେ ଅସୁସ୍ଥ ହୋଇଥିଲେ। ଏହାପରେ ସେମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।




