ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ,ଜଳିଗଲେ ଡ୍ରାଇଭର
ସମ୍ବଲପୁର :ଟ୍ରକ ଓ ମିନିଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା I ଫଳରେ ମିନି ଟ୍ରକ ରେ ନିଆଁ ଲାଗିଯାଇ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି ଡ୍ରାଇଭର I ଟ୍ରକ ହେଲ୍ପର ମଧ୍ୟ ଗୁରୁତର ଆହତ ହୋଇଛନ୍ତି I ଘଟଣା ଘଟିଛି ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ବଡକୁଣ୍ଡେସରା । ମୃତ ଡ୍ରାଇଭର ଜଣଙ୍କ ହେଲେ ଉତ୍ତରପ୍ରଦେଶର କାନପୁରର ରାମଜି। ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସମ୍ବଲପୁର ସ୍ଥାନାନ୍ତର […]
ସମ୍ବଲପୁର :ଟ୍ରକ ଓ ମିନିଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା I ଫଳରେ ମିନି ଟ୍ରକ ରେ ନିଆଁ ଲାଗିଯାଇ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି ଡ୍ରାଇଭର I ଟ୍ରକ ହେଲ୍ପର ମଧ୍ୟ ଗୁରୁତର ଆହତ ହୋଇଛନ୍ତି I ଘଟଣା ଘଟିଛି ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ବଡକୁଣ୍ଡେସରା । ମୃତ ଡ୍ରାଇଭର ଜଣଙ୍କ ହେଲେ ଉତ୍ତରପ୍ରଦେଶର କାନପୁରର ରାମଜି। ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସମ୍ବଲପୁର ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଆଜି ଭୋର ସମୟରେ କୋଇଲା ବୋଝେଇ ଟ୍ରକ୍ଟି ଦେବଗଡ଼ରୁ ସମ୍ବଲପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ସମ୍ବଲପୁରରୁ ପାନମସଲା ସାମଗ୍ରୀ ନେଇ ଆସୁଥିବା ମିନି ଟ୍ରକ୍ ସହ ମୁହାଁମୁହିଁ ହୋଇଥିଲା। ମିନି ଟ୍ରକ୍ରେ ସର୍ଟସର୍କିଟରୁ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଟ୍ରକ୍ରେ ଥିବା ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ହେଲପର ଗୁରୁତର ଆହତ ହୋଇଥିଲେ। ହେଲେ କୋଇଲା ବୋଝେଇ ଟ୍ରକ୍ରେ ଥିବା ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି




