ଡ଼ିଲିମିଟେସନ ବୈଠକରେ ଯୋଗ ଦେବାକୁ ଚେନ୍ନାଇ ଗଲେ ବିଜେଡିର ଦୁଇ ବରିଷ୍ଠ ନେତା

ଭୁବନେଶ୍ୱର : ସୀମା ପୁନଃ ନିର୍ଦ୍ଧାରଣ ସମ୍ପର୍କିତ ବୈଠକରେ ଯୋଗ ଦେବା ପାଇଁ ଚେନ୍ନାଇ ଗଲେ ବିଜେଡି ଦଳର ୨ ବରିଷ୍ଠ ନେତା । ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏବଂ ସଞ୍ଜୟ ଦାସବର୍ମାଙ୍କୁ ପ୍ରତିନିଧିତ୍ୱ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କ ଦ୍ୱାରା ଡକାଯାଇଥିବା ପ୍ରଥମ ମିଳିତ କାର୍ଯ୍ୟ କମିଟି ବୈଠକରେ ଏହି ୨ ନେତା ବିଜେଡିର ପ୍ରତିନିଧିତ୍ୱ କରିବେ । ସମ୍ପ୍ରତି, […]

Samaya Live Picture
Published On

ଭୁବନେଶ୍ୱର : ସୀମା ପୁନଃ ନିର୍ଦ୍ଧାରଣ ସମ୍ପର୍କିତ ବୈଠକରେ ଯୋଗ ଦେବା ପାଇଁ ଚେନ୍ନାଇ ଗଲେ ବିଜେଡି ଦଳର ୨ ବରିଷ୍ଠ ନେତା । ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏବଂ ସଞ୍ଜୟ ଦାସବର୍ମାଙ୍କୁ ପ୍ରତିନିଧିତ୍ୱ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କ ଦ୍ୱାରା ଡକାଯାଇଥିବା ପ୍ରଥମ ମିଳିତ କାର୍ଯ୍ୟ କମିଟି ବୈଠକରେ ଏହି ୨ ନେତା ବିଜେଡିର ପ୍ରତିନିଧିତ୍ୱ କରିବେ ।

ସମ୍ପ୍ରତି, ଷ୍ଟାଲିନ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ବିରୁଦ୍ଧରେ ଭାଜପା ବିରୋଧୀ ଦଳଗୁଡ଼ିକର ସମର୍ଥନ ଲୋଡ଼ି ଓଡ଼ିଶା, ପଞ୍ଜାବ ଏବଂ ପଶ୍ଚିମବଙ୍ଗ ସମେତ ସାତଟି ରାଜ୍ୟର ରାଜନୈତିକ ନେତାମାନଙ୍କୁ ନିମନ୍ତ୍ରଣ କରିଥିଲେ। କେନ୍ଦ୍ର ସରକାର ୨୦୧୬ ପରେ ପ୍ରଥମ ଜନଗଣନା ଆଧାରରେ ଲୋକସଭା ଏବଂ ବିଧାନସଭା ପାଇଁ ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ତେବେ ବୈଠକରେ ଯୋଗ ଦେବାକୁ ଯାଉଥିବା BJD ପ୍ରତିନିଧି କହିଛନ୍ତି, ଏବେର ପରିଭାଷା ଜନସଂଖ୍ୟା ଉପରେ କରାଯାଇଛି । ଜନସଂଖ୍ୟା ଆଧାରରେ ଡିଲିମିଟେସନ୍ ଲାଗୁ ହେଲେ ଓଡ଼ିଶାର କ୍ଷତି ହେବ । ଯାହାକୁ ଆମ ଦଳର ସଭାପତି ନବୀନ ପଟ୍ଟନାୟକ ବିରୋଧ କରିଛନ୍ତି । କାରଣ ପୂର୍ବରୁ ଜନସଂଖ୍ୟା କମାଇବାରେ ଓଡ଼ିଶା ରେକର୍ଡ ସୃଷ୍ଟି କରିଛି । ଏହି ବୈଠକରେ ଡିଲିମିଟେସନର ପରିଭାଷା ସମ୍ପର୍କରେ ଜଣାପଡିବ ।

ଅନ୍ୟପଟେ , ଷ୍ଟାଲିନ୍‌ଙ୍କ ଡିଲିମିଟେସନ ବୈଠକରେ ବିଜେଡି ଯୋଗ ଦେବା ପ୍ରସଙ୍ଗରେ ତେରେଛା ବାଣ ମାରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ବିଜେଡି ନିଜ ସୁରକ୍ଷା ପାଇଁ ବିଭିନ୍ନ ଦଳର କ୍ୟାମ୍ପକୁ ଯାଇପାରେ । ଏହା ତାଙ୍କର ନିଜସ୍ଵ ନିଷ୍ପତ୍ତି । ଷ୍ଟାଲିନ୍‌ଙ୍କ ବୈଠକରେ ଯୋଗଦେବା ନେଇ ଆମର କିଛି ଅସୁବିଧା ନାହିଁ ବୋଲି କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।

ଚେନ୍ନାଇରେ ହେବାକୁ ଥିବା ଡିଲିମିଟେସନ ବୈଠକରେ ବିଜେଡି ପ୍ରତିନିଧି ଦଳ ଯୋଗ ଦେବାର କିଛି ପ୍ରାସଙ୍ଗିକତା ନାହିଁ । ଯେଉଁ ଟିମ୍ ମ୍ୟାଚ୍ ଖେଳିବାର ନାହିଁ, ସେ ଟିମ୍ ଯିବ ତାର କିଛି ମାନେ ନାହିଁ ବୋଲି ସେ କହିଛନ୍ତି ।

Tags: