ବିବାହ ବନ୍ଧନରେ ବାନ୍ଧିହେବେ ୨ ରାଜନେତା ଆଜି ଅନୁଭବ ଏବଂ ଜାଗୃତିଙ୍କ ପଡିବ ହାତଗଣ୍ଠି
ଭୁବନେଶ୍ୱର : ଦ୍ବିତୀୟ ଇନିଂସ ଆରମ୍ଭ କରିବେ ଅଭିନେତାରୁ ରାଜନେତା ବନିଥିବା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଅନୁଭବ ମହାନ୍ତି । ବାନ୍ଧବୀରୁ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଦିଲ୍ଲୀର ସାମ୍ବାଦିକା ଜାଗୃତି ଶୁକ୍ଳା । ରାଜସ୍ଥାନରେ ହେବ ଡେସଟିନେସନ୍ ୱେଡିଂ । ଉଭୟଙ୍କ ମଧ୍ୟରେ ଆଜି ପଡିବ ହାତଗଣ୍ଠି । ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ । ମାର୍ଚ୍ଚ ୮ ତାରିଖରେ ଦୁଇ ପରିବାର ଓ ପ୍ରିୟଜନଙ୍କ ଉପସ୍ଥିତିରେ […]
ଭୁବନେଶ୍ୱର : ଦ୍ବିତୀୟ ଇନିଂସ ଆରମ୍ଭ କରିବେ ଅଭିନେତାରୁ ରାଜନେତା ବନିଥିବା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଅନୁଭବ ମହାନ୍ତି । ବାନ୍ଧବୀରୁ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଦିଲ୍ଲୀର ସାମ୍ବାଦିକା ଜାଗୃତି ଶୁକ୍ଳା । ରାଜସ୍ଥାନରେ ହେବ ଡେସଟିନେସନ୍ ୱେଡିଂ । ଉଭୟଙ୍କ ମଧ୍ୟରେ ଆଜି ପଡିବ ହାତଗଣ୍ଠି । ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ ।
ମାର୍ଚ୍ଚ ୮ ତାରିଖରେ ଦୁଇ ପରିବାର ଓ ପ୍ରିୟଜନଙ୍କ ଉପସ୍ଥିତିରେ ନିର୍ବନ୍ଧ ଶେଷ ହୋଇଛି । ୨୦୧୯ରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବନ୍ଧୁତା ଆଉ ୨୦୨୫ରେ ସାତ ଜନ୍ମର ସାଥୀ ସାଜିଲେ ଅନୁଭବ-ଜାଗୃତି । ବର୍ଷାଙ୍କ ସହ ବିବାହ ବିଚ୍ଛେଦ ପରେ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ ।
ପୂର୍ବରୁ ଜାଗୃତିଙ୍କୁ ନେଇ ଚର୍ଚ୍ଚା ଲାଗିରହିଥିଲା । ୨୦୧୪ ଫେବ୍ରୁଆରୀରେ ଅନୁଭବ ଓ ବର୍ଷାଙ୍କ ବାହାଘର ହୋଇଥିଲା । ପରେ ୨୦୨୩ ଡିସେମ୍ବର ୨୧ ତାରିଖରେ ବିବାହ ବିଚ୍ଛେଦ ହୋଇଥିଲା । ଏହାପୂର୍ବରୁ ଜାଗୃତିଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା ।
ସେହିପରି ବିଜେଡି ନେତା ତଥା ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ କୁମାର ମାଝୀ ମାର୍ଚ୍ଚ ୧୨ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୂତ୍ର ଅନୁସାରେ ମାଝି (୪୮) ମାର୍ଚ୍ଚ ୧୨ରେ ଗୋଆରେ ପରିବାର ଓ ନିକଟତର ସଦସ୍ୟଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ଆବଦ୍ଧ ହେବେ।
ପ୍ରଦୀପ ମାଝୀ ବିବାହ କରିବାକୁ ଥିବା ଯୁବତୀ ମଧ୍ୟ ଜଣେ ପୂର୍ବତନ ସାମ୍ବାଦିକା ଯିଏ କିଛି ସ୍ଥାନୀୟ ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲରେ କାମ କରିଛନ୍ତି। ସେ ରାଜଧାନୀର ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଏବଂ ଗଣଯୋଗାଯୋଗ ପାଠପଢ଼ିଥିଲେ।
ମାଝି ୨୦୦୯ରେ କଂଗ୍ରେସ ଟିକେଟରେ ଓଡ଼ିଶାର ନବରଙ୍ଗପୁର ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ସେ ନବରଙ୍ଗପୁର ଜିଲା ପରିଷଦର ସଭାପତି ଥିଲେ।
ଗତ କିଛି ଦିନ ହେବ ଓଡ଼ିଶାରେ ନେତାଙ୍କ ବିବାହ ଖବର ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଦିନ ତଳେ ବିଜେଡି ନେତା ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଦ୍ଵିତୀୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ମାର୍ଚ୍ଚ ୪ ତାରିଖ ରାଜଧାନୀ ଉପକଣ୍ଠ ଡେରାସ ନିକଟ ଚନ୍ଦକା ନେଚର ରିସର୍ଟରେ ବେଶ୍ ଆଡମ୍ବରପୂର୍ଣ୍ଣ ଭାବେ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ପ୍ରଥମ ବିବାହ ବିଚ୍ଛେଦ ପରେ ସେ ପଟିଆ ଅଞ୍ଚଳର ଜଣେ ଯୁବତୀଙ୍କୁ ଜୀବନସାଥୀ ବାଛିଛନ୍ତି।




