ସେପ୍ଟେମ୍ବର ପ୍ରଥମ ସପ୍ତାହ ବେଳକୁ ପୁଣି ୨ ଟି ଲଘୁଚାପ

ଭୁବନେଶ୍ୱର : ଆସୁଛି ଆଉ ଦୁଇଟି ଲଘୁଚାପ। ଯାହାର ପ୍ରଭାବରେ ରାଜ୍ୟରେ ସେପ୍ଟେମ୍ବର ପହିଲାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଗୋଟିଏ ଲଘୁଚାପ ଓ ଦ୍ଵିତୀୟ ସପ୍ତାହରେ ଆଉ ଗୋଟିଏ ଲଘୁଚାପ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ଜାରି ହୋଇଛି। ଆକଳନ ଅନୁସାରେ ସେପ୍ଟେମ୍ବର ୩ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ଅଧିକ ଘନୀଭୂତ ହୋଇ ୫ ତାରିଖରେ ଅବପାତର ରୂପ ନେବାର ସମ୍ଭାବନା […]

ସେପ୍ଟେମ୍ବର ପ୍ରଥମ ସପ୍ତାହ ବେଳକୁ ପୁଣି ୨ ଟି ଲଘୁଚାପ
Samaya Live Picture
Published On

ଭୁବନେଶ୍ୱର : ଆସୁଛି ଆଉ ଦୁଇଟି ଲଘୁଚାପ। ଯାହାର ପ୍ରଭାବରେ ରାଜ୍ୟରେ ସେପ୍ଟେମ୍ବର ପହିଲାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଗୋଟିଏ ଲଘୁଚାପ ଓ ଦ୍ଵିତୀୟ ସପ୍ତାହରେ ଆଉ ଗୋଟିଏ ଲଘୁଚାପ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ଜାରି ହୋଇଛି। ଆକଳନ ଅନୁସାରେ ସେପ୍ଟେମ୍ବର ୩ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ଅଧିକ ଘନୀଭୂତ ହୋଇ ୫ ତାରିଖରେ ଅବପାତର ରୂପ ନେବାର ସମ୍ଭାବନା ଅଛି। ଏହାପରେ ଦ୍ଵିତୀୟ ସପ୍ତାହ ବେଳକୁ ପୁଣି ଆଉ ଏକ ଲଘୁଚାପ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଓଡ଼ିଶାରେ ଆସନ୍ତା ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୩ ଭିତରେ ପ୍ରବଳ ବର୍ଷା ହୋଇପାରେ।

ଅନ୍ୟପଟେ ଆଗାମୀ ୩ ତାରିଖ ଯାଏଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ I ଆସନ୍ତାକାଲି ପାଇଁ ୨୦ ଜିଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ନିଂ ଜାରି କରିଛି। ସେହି ଜିଲାଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର। ସେହିପରି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିକୁ ୱାର୍ନିଂ କରାଯାଇଛି।

Tags: