ବ୍ରାହ୍ମଣୀରେ ବୁଡ଼ି ଦୁଇ ମୃତ
ଧର୍ମଶାଳା: ଗାଧୋଇବାବେଳେ ନଦୀରେ ବୁଡି ଗଲେ ୨ ଯୁବକ I ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ନିକଟ ବ୍ରାହ୍ମଣୀ ନଦୀରେ ବୁଡ଼ି ଆଜି ୨ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ କୁମାରୀ ଗ୍ରାମର ରବୀନ୍ଦ୍ର ମହାରଣାଙ୍କ ପୁଅ ସୌମ୍ୟରଂଜନ ମହାରଣା(୧୭) ଓ ଅନ୍ୟ ଜଣେ ଦେଓଦା ଗ୍ରାମର ପରମାନନ୍ଦ ରଣାଙ୍କ ପୁଅ ଗୋବିନ୍ଦ ରଣା(୧୯)। ଆଜି ଏହି ଦୁଇ ଜଣ ସାଙ୍ଗ ଅନ୍ୟ ଦୁଇ ଜଣଙ୍କ ସହ ମିଶି ବ୍ରହ୍ମଣୀ ନଦୀର ଗୋକର୍ଣ୍ଣେଶ୍ୱର ଘାଟକୁ […]
ଧର୍ମଶାଳା: ଗାଧୋଇବାବେଳେ ନଦୀରେ ବୁଡି ଗଲେ ୨ ଯୁବକ I ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ନିକଟ ବ୍ରାହ୍ମଣୀ ନଦୀରେ ବୁଡ଼ି ଆଜି ୨ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ କୁମାରୀ ଗ୍ରାମର ରବୀନ୍ଦ୍ର ମହାରଣାଙ୍କ ପୁଅ ସୌମ୍ୟରଂଜନ ମହାରଣା(୧୭) ଓ ଅନ୍ୟ ଜଣେ ଦେଓଦା ଗ୍ରାମର ପରମାନନ୍ଦ ରଣାଙ୍କ ପୁଅ ଗୋବିନ୍ଦ ରଣା(୧୯)। ଆଜି ଏହି ଦୁଇ ଜଣ ସାଙ୍ଗ ଅନ୍ୟ ଦୁଇ ଜଣଙ୍କ ସହ ମିଶି ବ୍ରହ୍ମଣୀ ନଦୀର ଗୋକର୍ଣ୍ଣେଶ୍ୱର ଘାଟକୁ ଗାଧୋଇବା ପାଇଁ ଯାଇଥିଲେ। ଦୁଇ ସାଙ୍ଗ ନଦୀବନ୍ଧ ଉପରେ ଠିଆ ହୋଇଥିଲା ବେଳେ ସୌମ୍ୟ ଓ ଗୋବିନ୍ଦ ନଦୀକୁ ଯାଇ ବୁଡ଼ି ଯାଇଥିଲେ। ଏହାଦେଖି ସାଙ୍ଗମାନେ ଚିତ୍କାର କରିବାରୁ ନିକଟସ୍ଥ ଲୋକେ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। କିଛି ଯୁବକ ପାଣିରେ ପଶି ଖୋଜାଖୋଜି କରିଥିଲେ। ଚଣ୍ତିଖୋଲ ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ସ୍ଥାନୀୟ କେତେକ ଯୁବକ ସେମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍ ଦୁଇ ମୃତଦେହକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।




