ଆଜି ନୂଆପଡାରେ ପ୍ରଚାର କରିବେ ଦୁଇ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦୁଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରରେ ଆଜି ଦୁଲୁକିବ ନୂଆପଡା ରାଜନୀତି ମୈଦାନ । ଆଜି ନୂଆପଡାରେ ନିର୍ବାଚନ ପ୍ରଚାର ପାଇଁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋମନା ବ୍ଲକରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ତାଙ୍କ ସହିତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ନୁଦେବ ସାଏ ମଧ୍ୟ ଆଜି ନୂଆପଡାରେ ପ୍ରଚାର କରିବାକୁ ଆସୁଛନ୍ତି । ସେ ନୂଆପଡା ବ୍ଲକରେ ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୋମନା ସ୍ଥିତ ଉଦ୍ୟାନବନ୍ଧ ଠାରେ ପହଞ୍ଚି […]

ଆଜି ନୂଆପଡାରେ ପ୍ରଚାର କରିବେ ଦୁଇ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦୁଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରରେ ଆଜି ଦୁଲୁକିବ ନୂଆପଡା ରାଜନୀତି ମୈଦାନ । ଆଜି ନୂଆପଡାରେ ନିର୍ବାଚନ ପ୍ରଚାର ପାଇଁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋମନା ବ୍ଲକରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ତାଙ୍କ ସହିତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ନୁଦେବ ସାଏ ମଧ୍ୟ ଆଜି ନୂଆପଡାରେ ପ୍ରଚାର କରିବାକୁ ଆସୁଛନ୍ତି । ସେ ନୂଆପଡା ବ୍ଲକରେ ପ୍ରଚାର କରିବେ ।

Read More ପିଏମଶ୍ରୀ ସ୍କୁଲର ୩୫ ଛାତ୍ରଛାତ୍ରୀ ଅସୁସ୍ଥ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୋମନା ସ୍ଥିତ ଉଦ୍ୟାନବନ୍ଧ ଠାରେ ପହଞ୍ଚି ସେଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହାପରେ ସେହି ବ୍ଲକରେ ସେ ରୋଡ୍‌ ଶୋ କରି ଗୋଟିଏ ସ୍ଥାନରେ ଜନସାଧାରଣଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ନୂଆପଡା ବ୍ଲକର ପଞ୍ଚମପୁର ଠାରେ ଆୟୋଜିତ ସାଧାରଣ ସଭାରେ ପ୍ରଚାର କରିବେ ବୋଲି ଜଣାପଡିଛି। ନୂଆପଡା ନିର୍ବାଚନମଣ୍ଡଳୀ ଛତିଶଗଡ଼ ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳ ଅଟେ। ଏହି ଅଞ୍ଚଳର ଅଧିକାଂଶ ଲୋକ ଛତିଶଗଡ ଉପରେ ନିର୍ଭରଶୀଳ ଅଟନ୍ତି। ତେଣୁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଦ୍ୱାରା ନୂଆପଡା ଭୋଟରଙ୍କ ଉପରେ ପ୍ରଭାବ ପଡିବ ବୋଲି କୁହାଯାଉଛି।

Read More ଭଙ୍ଗାଯିବ ବିପଦ ସଂଙ୍କୁଳ କୋଠା - ନଗର ଉନ୍ନୟନ ମନ୍ତ୍ରୀ

ସେହିପରି ଆସନ୍ତାକାଲି ନୂଆପଡା ଗସ୍ତ କରିବେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରୀଆଙ୍କ ପାଇଁ ନୂଆପଡ଼ା ଓ ଖରିଆର ରୋଡରେ କରିବେ ପ୍ରଚାର ।

Read More ଆରମ୍ଭ ହେଲା କୋଣାର୍କ ଫେଷ୍ଟିଭାଲ

Tags: