ସାନ ଭାଇକୁ ଉଦ୍ଧାର କରିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ୨ ଭାଇ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଝୁପୁରୁଙ୍ଗା ଗାଁରେ ଅଘଟଣ । ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ୨ ଭାଇ । ମୃତ ଦୁଇ ଭାଇ ଦେବାଶିଷ ମାକର (୨୦) ଓ ଚିତ୍ତ ମାକର (୪୦) । ଗତକାଲି ଅପରାହ୍ନରେ ଗାଁ ପୋଖରୀକୁ ୨ ଭାଇ ଗାଧୋଇବାକୁ ଯାଇଥିଲେ । ପ୍ରଥମେ ସାନଭାଇ ଦେବାଶିଷ ପାଣିରେ ବୁଡ଼ିଯାଉଥିବାବେଳେ ପୋଖରୀ ହୁଡାରେ ଥିବା ବଡ଼ ଭାଇ ଚିତ୍ତ ମାକର ତାଙ୍କୁ ଉଦ୍ଧାର କରିବାକୁ ଯାଇ ଉଭୟେ ପାଣିରେ […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଝୁପୁରୁଙ୍ଗା ଗାଁରେ ଅଘଟଣ । ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ୨ ଭାଇ । ମୃତ ଦୁଇ ଭାଇ ଦେବାଶିଷ ମାକର (୨୦) ଓ ଚିତ୍ତ ମାକର (୪୦) ।
ଗତକାଲି ଅପରାହ୍ନରେ ଗାଁ ପୋଖରୀକୁ ୨ ଭାଇ ଗାଧୋଇବାକୁ ଯାଇଥିଲେ । ପ୍ରଥମେ ସାନଭାଇ ଦେବାଶିଷ ପାଣିରେ ବୁଡ଼ିଯାଉଥିବାବେଳେ ପୋଖରୀ ହୁଡାରେ ଥିବା ବଡ଼ ଭାଇ ଚିତ୍ତ ମାକର ତାଙ୍କୁ ଉଦ୍ଧାର କରିବାକୁ ଯାଇ ଉଭୟେ ପାଣିରେ ବୁଡିଯାଇଥିଲେ । ଗତକାଲି ଅପରାହ୍ନରେ ଘଟଣାଟି ଘଟିଥିବାବେଳେ, ରାତିରେ ପରିବାର ଲୋକେ ବଲିଙ୍ଗା ଫାଣ୍ଡି ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଉଦ୍ଧାର କରି ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।




