ଦୁଇ ବାଇକ ଧକ୍କା ହୋଇ ଜୀବନ୍ତ ଜଳିଗଲେ ଚାଳକ

ସୁନ୍ଦରଗଡ଼ : ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇ ଜୀବନ୍ତ ଜଳିଗଲେ ୨ ଚାଳକ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ବାଇକ ଚାଳକଙ୍କ ସହିତ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା କୁଡ଼ପାନି ଅଞ୍ଚଳରେ । ଆଜି ସକାଳେ ଗୋଟିଏ ବାଇକ୍‌ରେ ଝାଡ଼ଖଣ୍ଡର ଅଶୋକ ଅଗ୍ରୱାଲ ରାଏବୋଗା ପଟୁ ବୀରମିତ୍ରପୁର ଆଡକୁ ଆସୁଥିଲେ । ଅନ୍ୟ ବାଇକ୍‌ରେ ଦୁଇ ଜଣ […]

Samaya Live Picture
Published On

ସୁନ୍ଦରଗଡ଼ : ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇ ଜୀବନ୍ତ ଜଳିଗଲେ ୨ ଚାଳକ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ବାଇକ ଚାଳକଙ୍କ ସହିତ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା କୁଡ଼ପାନି ଅଞ୍ଚଳରେ ।

ଆଜି ସକାଳେ ଗୋଟିଏ ବାଇକ୍‌ରେ ଝାଡ଼ଖଣ୍ଡର ଅଶୋକ ଅଗ୍ରୱାଲ ରାଏବୋଗା ପଟୁ ବୀରମିତ୍ରପୁର ଆଡକୁ ଆସୁଥିଲେ । ଅନ୍ୟ ବାଇକ୍‌ରେ ଦୁଇ ଜଣ ବୀରମିତ୍ରପୁର ପଟୁ ରାଏବୋଗା ଅଭିମୁଖେ ଯାଉଥିଲେ। ଦୁଇ ବାଇକ୍ ଦ୍ରୁତ ବେଗରେ ଆସୁଥିବାବେଳେ ବୀରମିତ୍ରପୁର ଥାନା କୁଡପାନି ନିକଟରେ ପରସ୍ପର ମଧ୍ୟରେ ଭୀଷଣ ଭାବେ ଧକ୍କା ହୋଇଥିଲା। ଫଳରେ ବିଚ୍ ରାସ୍ତାରେ ଦୁଇଟି ବାଇକ୍ ନିଆଁ ଲାଗିଯାଇ ଉଭୟ ବାଇକର ୨ ଚାଳକଙ୍କ ସହ ଅନ୍ୟ ଆରୋହୀ ଜଳିଯାଉଥିଲେ । ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଦୁଇ ବାଇକ୍ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣେ ନିଆଁ ଭିତରେ ଫସି ଯାଇଥିଲେ । ଗୁରୁତର ୨ ବାଇକ ଚାଳକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ବୀରମିତ୍ରପୁର ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Tags: